Latest Odisha News

କେରଳ ସୁନା ସ୍ମଗଲିଂ କେସ୍ : ବର୍ଷକ ମଧ୍ୟରେ ୨୩୦ କେଜି ସୁନା ଚୋରା ଚାଲାଣ

ଥିରୁଭାନ୍ତପୁରମ: କେରଳର ସୁନା ସ୍ମଗଲିଂ କେସ୍ ପ୍ରତ୍ୟେକ ଦିନ ନୂଆ ନୂଆ ଗୁମର ଖୋଲୁଛି । ସୋମବାର ଏନଆଇଏ ହାତରେ ବଡ ପ୍ରମାଣ ଲାଗିଛି । ବର୍ଷକ ମଧ୍ୟରେ ୨୩୦ କେଜି ସୁନା ୟୁଏଇରୁ ଥିରୁଭାନ୍ତପୁରମକୁୂ ଚୋରା ଚାଲାଣ ହୋଇଛି । ଜୁଲାଇରେ ୫ରେ ୧୫ କୋଟି ଟଙ୍କାର ସୁନା ଚୋରା ଚାଲାଣ ହେଉଥିବା ବେଳେ ସୀମାଶୁକ୍ଳ ବିଭାଗ ଅଧିକାରୀ ଏହାକୁ ଧରିଥିଲେ । ଏଥିରେ ପିଏସ ସାରିଥ ଓ ସ୍ୱପ୍ନା ସୁରେଶ ମୁଖ୍ୟ ଅଭିଯୁକ୍ତ ଜଣା ପଡିଥିଲେ । ସେମାନଙ୍କୁ ନେଇ ତଦନ୍ତ କରିବା ଗୁମର ଖୋଲିବାରେ ଲାଗିଛି ।

ଦୁବାଇରେ ଥିବା ଫୈଜଲ ଫରିଦ, ସନ୍ଦୀପ ନାୟାର ଓ କେଟି ରମିଜ ମଧ୍ୟ ଏଥିରେ ଜଡିତ । ଏନଆଇଏ ୪ଜଣଙ୍କୁ ଗିରଫ କରିଥିବା ବେଳେ ସୀମାଶୁକ୍ଳ ବିଭାଗ ୧୩ଜଣଙ୍କୁ ଧରିବାରେ ସଫଳ ହୋଇଛି । ଜେରା ବେଳେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ, ପୂର୍ବତନ ସଚିବ ଏମ.ଶିବଶଙ୍କର ଏବଂ ପୂର୍ବତନ ଆଇଟି ଅଧିକାରୀ ଅରୁଣ ବାଲାଚାନ୍ଦ୍ରନ ଅଛନ୍ତି । ଫୈଜଲଙ୍କୁ ଭାରତ ଅଣାଯିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.