Latest Odisha News

BREAKING NEWS

ବାବା ରାମଦେବଙ୍କୁ ହାଜର ହେବାକୁ ସମନ ଜାରୀ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଦିଲ୍ଲୀ ମେଡିକାଲ ଆସୋସିଏଶନ କରୋଲିନ କିଟ କରୋନା ଭଲ କରୁଥିବା ନେଇ ରାମଦେବ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏ ନେଇ କୋର୍ଟ ତାଙ୍କୁ ସମନ ଜାରୀ କରିଛି । ମାମଲାର ପରବର୍ତୀ ଶୁଣାଣୀ ଜୁଲାଇ ୧୩ରେ ହେବ ।

ପତଞ୍ଜଳୀ କମ୍ପାନୀ ପ୍ରସ୍ତୁତ କରିଥିବା କରୋନିଲ କିଟ କରୋନାକୁ ମାତ ଦେବ ବୋଲି ରାମଦେବ ପ୍ରଚାର କରୁଛନ୍ତି । ଏହି ଔଷଧ କିପରି କରୋନାକୁ ମାତ ଦେଉଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ । ପୂର୍ବରୁ ଏଲୋପାଥିକୁ ନେଇ ରାମଦେବ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଇଣ୍ଡିଆନ ମେଡିକାଲ ଆସୋସିଏଶନ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା ।

Leave A Reply

Your email address will not be published.