Latest Odisha News

BREAKING NEWS

ଭୁବନେଶ୍ବରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲେ ଅମ୍ରିତ

ଭୁବନେଶ୍ବର : ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲେ ଅମ୍ରିତ ପ୍ରଧାନ । ଏମସରେ ଚିକିତ୍ସିତ ହେଉଥିବା ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋ ହସପିଟାଲକୁ ସ୍ଥାନାନ୍ତରଣ କରାଯାଇଛି । ଇକ୍ମୋ ସଂଯୁକ୍ତ ସ୍ବତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯାଇଛି । କରୋନାରେ ସଂକ୍ରମିତ ହେବା ପରେ ଅମ୍ରିତଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଛି । ତାସାଙ୍ଗକୁ ନିମୋନିଆ ଓ ସେଫ୍ଟିସେମିଆରେ ପୀଡ଼ିତ ଅଛନ୍ତି ଅମ୍ରିତ ।

ସୂଚନା ଅନୁସାରେ, ଗତ ମାସ ୨ ତାରିଖରେ ଅମ୍ରିତ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ଏଥିପାଇଁ ଗତ ୧୨ ତାରିଖରୁ ଅମ୍ରିତଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ସ୍ଥିତି ଜଟିଳ ହେବାରୁ ତାଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ । ଏହାପରେ ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ ଚେନ୍ନାଇ ଆପୋଲୋରୁ ୬ ଜଣିଆ ଡାକ୍ତରୀ ଦଳ ଆସିଥିଲେ । ଏହାପରେ ଅମ୍ରିତଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାର ଲିଫ୍ଟରେ ଚେନ୍ନାଇ ନିଆଯାଇଛି । ଆବଶ୍ୟକ ପଡିଲେ ଫୁସଫୁସ ପ୍ରତିରୋପଣ ବି କରାଯାଇପାରେ । ଡାକ୍ତରୀ ଦଳର ସୂଚନା ଅନୁସାରେ, ପାଖାପାଖି ମାସେ ପର୍ଯ୍ୟନ୍ତ ଚିକିତ୍ସା ଚାଲିବ । ତେଣୁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି ପରିବାର ଲୋକେ ।

Leave A Reply

Your email address will not be published.