Latest Odisha News

BREAKING NEWS

କାରରେ ଏକୁଟିଆ ଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ବ୍ୟାପୁଛି କରୋନା । ବର୍ଦ୍ଧିତ ସଂକ୍ରମଣକୁ ଦେଖି କଟକଣା କଡ଼ାକଡ଼ି ହେଲାମି । ଏଭଳି ସ୍ଥିତିରେ ବଡ଼ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏଣିକି ଏକାକୀ କାରରେ ଯାଉଥିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କାରକୁ ପବ୍ଲିକ ପ୍ଲେସ (ସର୍ବସାଧାରଣ ସ୍ଥାନ) ଓ ମାସ୍କୁ ସୁରକ୍ଷା କବଚ । ଏହାଦ୍ୱାରା ମାରାତ୍ମକ କରୋନା ସଂକ୍ରମଣକୁ ରୋକା ଯାଇପାରିବ ବୋଲି କହିଛନ୍ତି କୋର୍ଟ । ଏକୁଟିଆ କାରରେ ଥିବା ବେଳେ ମାସ୍କ ନ ପିନ୍ଧିବା ନେଇ ଦାୟର ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଜଣେ କାର୍ ଚାଳକ ମାସ୍କ ପିନ୍ଧି ନଥିବାରୁ ଚେକିଂ ବେଳେ ତାଙ୍କୁ ଫାଇନ୍ କରିଥିଲା ଦିଲ୍ଲୀ ପୋଲିସ । ସେ ଜରିମାନା ଦେବେ ନାହିଁ ବୋଲି କହିଥିଲେ । ଶେଷରେ ମାମଲା କୋର୍ଟରେ ପହଞ୍ଚିଥିଲା । ଏହାର ଶୁଣାଣି କରି କୋର୍ଟ କହିଛନ୍ତି, କାରରେ ଏକୁଟିଆ ବସିଥିଲେ ମଧ୍ୟ ମାସ୍କ ନିଜର ସୁରକ୍ଷା ପାଇଁ ପିନ୍ଧିବା ଆବଶ୍ୟକ । ଜଣେ ଟିକା ନେଇଛି କି ନାହିଁ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ , ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ।

Leave A Reply

Your email address will not be published.