Latest Odisha News

BREAKING NEWS

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲା; ଦୋଷ ମାନିଲେ ଅଭିଯୁକ୍ତ

ନୂଆଦିଲ୍ଲୀ : ଦିଲ୍ଲୀ ହିଟ ଆଣ୍ଡ ରନର ଛାତିଥରା କାହାଣୀ ଚାରିଆଡ଼େ ହଇଚଇ ସୃଷ୍ଟି କରିଛି । ଘଟଣାରେ ଦୋଷ ସ୍ୱୀକାର କରିଛି ନୃଶଂସ ଅଭିଯୁକ୍ତ । ନିଜ ଦୋଷକୁ ଲୁଚାଇବାକୁ ଯାଇ କିପରି ଜଣଙ୍କ ଜୀବନ ନେଇଛି ଅଭିଯୁକ୍ତ ତାହାକୁ ସ୍ୱୀକାର କରିଛି । ବହୁ ଚର୍ଚ୍ଚିତ ହିଟ୍ ଆଣ୍ଡ ରନ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସମ୍ନାକୁ ଆସୁଥିବା ବେଳେ ଏହି ଘଟଣାରେ ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ କାଳରାତିରେ କିପରି ଜଘନ୍ୟ କାଣ୍ଡ ଘଟାଇଥିଲେ ପୋଲିସ ଆଗରେ ନିଜ ଅପରାଧକୁ ସ୍ୱୀକାର କରିଛନ୍ତି ।

ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ, ନୂଆବର୍ଷର ସେହି କାଳରାତ୍ରିରେ ଅଞ୍ଜଳୀଙ୍କ ସ୍କୁଟି ସହ କାର ଧକ୍କା ହେବା ପରେ ଅଞ୍ଜଳୀଙ୍କ ଗୋଡ କାର ଚକାରେ ଫଶି ରହିଥିଲା । ଏହି ଘଟଣାରେ ଅଭିଯୁକ୍ତ ଭୟଭୀତ ହୋଇ ଜାଣିଶୁଣି ଅଞ୍ଜଳୀଙ୍କୁ ୧୨ କିଲୋମିଟର ରାସ୍ତା ଘୋଷାଡି ନେଇଥିଲେ । କେବଳ ସେତିକ ନୁହେଁ କାରରୁ ଅଞ୍ଜଳୀଙ୍କ ଶରୀରକୁ ବାହାର କରିବା ପାଇଁ ୪ଟି ଟର୍ଣ୍ଣି ପଏଣ୍ଟରେ ଗାଡିର ମୋଡ ମଧ୍ୟ ବଦଳାଇଥିଲେ ଅଭିଯୁକ୍ତ ।

ସେପଟେ ଅଞ୍ଜଳୀଙ୍କ ସହ ଥିବା ତାଙ୍କ ବାନ୍ଧବୀଙ୍କ ବୟାନକୁ ନେଇ ପୋଲିସର ସନ୍ଦେହ ସୃଷ୍ଟି ହୋଇଛି । ସିସିଟିଭି ଫୁଟେଜ ଓ ନିଧିଙ୍କ ବୟାନରେ ତାଳମେଳ ଖାଉନି । ଅନ୍ୟପଟେ ମୃତ ଅଞ୍ଜଳୀଙ୍କ ପରିବାର ମଧ୍ୟ ନିଧିଙ୍କ ବୟାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ସବୁଠୁ ବଡ କଥା ହେଉଛି ନିଧି ୨୦୨୦ ମସିହାରେ ଆଗ୍ରାରୁ ହାଇଦ୍ରାବାଦ ଡ୍ରଗ୍ସ ଚାଲାଣ କରୁଥିବା ସମୟରେ ଗିରଫ ହୋଇଥିଲେ । ଯାହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ଦିଲ୍ଲୀ ପୁଲିସ। ତେବେ ଅଞ୍ଜଳି ମୃତ୍ୟୁ ଦୁର୍ଘଟଣା ନା ହତ୍ୟା ଥିଲା ତାକୁ ନେଇ ପୋଲିସ ମନରେ ସନ୍ଦେହ ସୃଷ୍ଟି ହୋଇଛି ।

 

 

Leave A Reply

Your email address will not be published.