Latest Odisha News

ଏଥର ଦୀପାବଳୀରେ ଫୁଟିବନି ବାଣ, କଟକଣା ଜାରି କଲେ ସରକାର

ନୂଆଦିଲ୍ଲୀ: ଏଥର ବି ଦୀପାବଳୀରେ ଫୁଟିବନି ବାଣ । ପୁଣି ଥରେ ଦିଲ୍ଲୀରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ଉପରେ ସଂପୂର୍ଣ୍ଣ ରୋକ ଲଗାଇଛନ୍ତି ସରକାର । ଦିଲ୍ଲୀ ଏନସିଆରରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବାକୁ ମନା କରିଛନ୍ତି । ତେବେ ଆଗାମୀ ୨୦୨୫ ଜାନୁଆରୀ ୧ ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଜାରି କରିଛନ୍ତି ସରକାର । ଏମିତିକି ଦିଲ୍ଲୀରେ ଅନ୍‌ଲାଇନ ବାଣ ବିକ୍ରି ଉପରେ ମଧ୍ୟ କଟକଣା ଲଗାଯାଇଛି । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ସରକାର ।

ଏନେଇ ଆଲୋକପାତ କରିବା ସମୟରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାଏ କହିଛନ୍ତି, ଆମକୁ ଦିଲ୍ଲୀର ସହରର ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ଉପରେ ଗୁରୁତ୍ବ ଦେବାକୁ ପଡିବ । ବିଶେଷ କରି ଶୀତ ଦିନେ ବାୟୁମଣ୍ଡଳର ସ୍ଥିତିକୁ ସୁଧାରିବା ପାଇଁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ । ଶୀତ ଦିନରେ ପରିବେଶ ପ୍ରଦୂଷଣର ପ୍ରଭାବ ବେଶୀ ପଡୁଥିବାରୁ ବାଣକୁ ସଂପୂର୍ଣ୍ଣ ରାଜଧାନୀରେ ବ୍ୟାନ କରାଯାଇଛି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ବାଣ ପ୍ରସ୍ତୁତି, ବିକ୍ରି ଏବଂ କୌଣସି ପ୍ରକାର ବ୍ୟବହାର ଉପରେ ରୋକ ଲଗାଇଛନ୍ତି ସରକାର । ତେବେ ବାଣ ଦ୍ବାରା ପରିବେଶ ଅଧିକ ପ୍ରଦୂଷିତ ହେଉଥିବାରୁ ଏଥିରୁ ଦିଲ୍ଲୀବାସୀଙ୍କୁ ରକ୍ଷା କରିବା ପାଇଁ ସରକାର ଏପରି ପଦକ୍ଷେପ ନେଇଛନ୍ତି , ଏଥିସହିତ ଦିଲ୍ଲୀବାସୀଙ୍କୁ ସହଯୋଗ କରିବା ପାଇଁ ଅପିଲ୍ ମଧ୍ୟ କରିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.