Latest Odisha News

BREAKING NEWS

ଦିଲ୍ଲୀ ଇସ୍ରାଏଲ ଦୂତାବାସ ବାହାରେ ହୋଇଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ଜୈଶ-ଉଲ୍-ହିନ୍ଦ୍

ନୂଆଦିଲ୍ଲୀ: ଦିଲ୍ଲୀ ଔରଙ୍ଗଜେବ୍ ରୋଡ୍‌ରେ ଅବସ୍ଥିତ ଥିବା ଇସ୍ରାଏଲୀ ଦୂତାବାସ ବାହାରେ ହୋଇଥିବା ବିସ୍ଫୋରଣ ମାମଲା ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ଜୈଶ-ଉଲ-ହିନ୍ଦ । ମେସେଜିଙ୍ଗ ଆପ୍ ଟେଲିଗ୍ରାମର ମେସେଜ୍ ମାଧ୍ୟମରେ ଏହି ଘଟଣାର ଦାବି କରିଛି ସଂଗଠନ । 

ମେସେଜ୍‌ରେ କୁହାଯାଇଛି କି ଶର୍ବ ଶକ୍ତିମାନ ଆଲ୍‌ହାଙ୍କ କୃପା ଏବଂ ସାହାଯ୍ୟରେ ଜୈଶ ଉଲ୍ ହିନ୍ଦଙ୍କ ସୈନିକ ଦିଲ୍ଲୀର ଏକ ଉଚ୍ଚ ସୁରକ୍ଷା ବଳୟରେ ଥିବା ଅଂଚଳରେ ପଶି ଆଇଇଡି ବିସ୍ଫୋରଣ କାର୍ଯ୍ୟ କରିବାକୁ ସମର୍ଥ ହୋଇଥିଲେ । ଏହା ହେଉଛି ଆଗାମୀ ଦିନରେ ହେବାକୁ ଥିବା କିଛି ଆକ୍ରମଣର ଆରମ୍ଭ ଯାହା ଭାରତୀୟ ପ୍ରମୁଖ ସହରକୁ ଟାର୍ଗେଟ କରିବ ଏବଂ ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ଅତ୍ୟାଚାରର ପ୍ରତିଶୋଧ ନେବ ।

 

Comments are closed.