Latest Odisha News

BREAKING NEWS

FIR ଦାୟର କରିବାରେ ୮ ଘଣ୍ଟା ବିଳମ୍ବ ହେବାରୁ ଦୁଷ୍କର୍ମ ଅଭିଯୁକ୍ତକୁ ଜାମିନ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଏକ ଅଢେଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ମାମଲାରେ ପୀଡ଼ିତାର ପିତା ପୁଲିସ ନିକଟରେ ଅଭିଯୋଗ କରିବାରେ ୮ ଘଣ୍ଟା ବିଳମ୍ବ କରିଥିବାରୁ ତାହାକୁ ଭିତ୍ତି କରି ଅଭିଯୁକ୍ତକୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । 

ହାଇକୋର୍ଟ କହିଛନ୍ତି, ଏକ ଶିଶୁକୁ ଦୁଷ୍କର୍ମ କରାଯାଇଥିବାରୁ ଏହା ଏକ ସଙ୍ଗୀନ ମାମଲା । ମାତ୍ର ଏନେଇ ପୀଡ଼ିତାର ପିତା ତତ୍‌କ୍ଷଣାତ ପୁଲିସ ନିକଟରେ ଅଭିଯୋଗ କରିବାର ଥିଲା । ସେ ଏପରି କରିନଥିବାରୁ ଅଭିଯୁକ୍ତ ଜାମିନ ପାଇବାକୁ ଯୋଗ୍ୟ ।

ଏହି ଘଟଣା ପରେ ପୀଡ଼ିତାଙ୍କ ପରିବାରର ପଡୋଶୀ ଅଭିଯୁକ୍ତକୁ ପିଟିଥିଲେ ଏବଂ ତା’ ପରେ ପୁଲିସକୁ ହସ୍ତାନ୍ତର କରିଥିଲେ । ସେତେବେଳେ ସେ ନିଶାସକ୍ତ ଅବସ୍ଥାରେ ଥିଲା ବୋଲି ହାଇକୋର୍ଟଙ୍କୁ ଅବଗତ କରାଇଛି ଦିଲ୍ଲୀ ପୁଲିସ ।

ସେପଟେ ଅଭିଯୁକ୍ତର ଓକିଲ ଦର୍ଶାଇଥିଲେ ଯେ ଅଭିଯୁକ୍ତର ଡାକ୍ତରୀ ଯାଞ୍ଚରୁ ସେ ନିଶାସକ୍ତ ଥିବାର ପ୍ରମାଣ ମିଳିନାହିଁ । ତେଣୁ ସେ ନିଶାସକ୍ତ ଥିଲା ବୋଲି କୁହାଯାଇପାରିବ ନାହିଁ । ତା’ଛଡା ତା’କୁ ପଡୋଶୀ ଲୋକମାନେ ପିଟିଥିବାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି ବୋଲି ପୁଲିସ କହୁଥିଲେ ସୁଦ୍ଧା ଏହାର କେବେ ହେଲେ ଯାଞ୍ଚ କରାଯାଇନାହିଁ । ହାଇକୋର୍ଟ ଅଭିଯୁକ୍ତର ଓକିଲଙ୍କ ଯୁକ୍ତିକୁ ଗ୍ରହଣ କରିଥିଲେ ।

Leave A Reply

Your email address will not be published.