Latest Odisha News

BREAKING NEWS

ଏହି ୫ ରାଜ୍ୟର ଲୋକଙ୍କ ଦିଲ୍ଲୀ ପ୍ରବେଶ ଉପରେ କଟକଣା, କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: କରୋନା ପାଇଁ ପୁଣି କଡ଼ାକଡ଼ି ହେଲାଣି କଟକଣା । ୫ଟି ରାଜ୍ୟର ଲୋକଙ୍କ ଦିଲ୍ଲୀ ପ୍ରବେଶ ଉପରେ ଲାଗିଲା କଟକଣା । କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇଲେ ଏଣ୍ଟ୍ରି ଅନୁମତି ମିଳିବ । ଏହି ୫ଟି ରାଜ୍ୟ ହେଲା ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଞ୍ଜାବ । ଏସବୁ ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରକାର ।

ଆସନ୍ତା ୨୬ ତାରିଖରୁ ମାର୍ଚ୍ଚ ୧୫ ତାରିଖ ଯାଏ କଟକଣା ଲାଗୁ ହେବ । ଏସବୁ ରାଜ୍ୟରୁ ଦିଲ୍ଲୀ ଆସୁଥିବା ଲୋକଙ୍କୁ କୋରୋନା ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ । ଦିଲ୍ଲୀକୁ ବିମାନ, ରେଳ ଓ ବସ୍ ଯୋଗେ ଆସୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହି କଟକଣା ଲାଗୁ ହେବ । ଗତ ସପ୍ତାହେ ଭିତରେ ଦେଶରେ ଯେତିକି ସଂକ୍ରମିତ ହୋଇଛନ୍ତି ତାର ୮୭ ପ୍ରତିଶତ କେବଳ ଏହି ୫ଟି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏଭଳି ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରକାର ।

Leave A Reply

Your email address will not be published.