Latest Odisha News

BREAKING NEWS

ଟିକେଟ୍‌ ନ ମିଳିବା ଆମ ପରିବାରକୁ ଆଘାତ ଦେଇଛି: ଶିଶିର ଗମାଙ୍ଗ

ଭୁବନେଶ୍ୱର: ମଙ୍ଗଳବାର କଂଗ୍ରେସ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । କଂଗ୍ରେସ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳ ତାର ପ୍ରାର୍ଥୀ ତାଲିକାରେ କିଛି ପୁରୁଣା ଓ ନୂଆ ନେତାଙ୍କୁ ସୁଯୋଗ ଦେଇଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କୁ ଏଥିରୁ ବାଦ୍‌ ଦେଇଛି । ସେଥିମଧ୍ୟରେ ଅଛନ୍ତି ରାଜନେତା ଗମାଙ୍ଗଙ୍କ ପରିବାର ।

ଶିଶିର ଗମାଙ୍ଗ କଂଗ୍ରେସର ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଶାୟୀ ଥିଲେ । ହେଲେ ଦଳ ଜଣେ ହେଲେ କାହାକୁ ଟିକେଟ୍ ଦେଇ ନାହିଁ । ଯାହାକୁ ନେଇ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।

ଦଳ ଉପରେ ଅଭିଯୋଗ ଆଣି ଶିଶିର କହିଛନ୍ତି ଯେ, କଂଗ୍ରେସ ଦଳରେ ଭିତିରିଆ ଡିଲ୍ ଚାଲିଛି । ପରିବାରରୁ ଜଣଙ୍କୁ ଟିକେଟ୍ ମିଳିବ ବୋଲି ପିସିସି ସଭାପତି ଯେଉଁ ମନ୍ତବ୍ୟ ଦେଉଥିଲେ ତାହାର ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି, ଗତକାଲି କଂଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କଲା ତାହା ଦେଖି ଆମେ ଚକିତ ଓ ହତବାକ ହୋଇ ଯାଇଛୁ । ଏହା ଆମ ପରିବାରକୁ ଶକ୍ତ ଆଘାତ ଦେଇଛି ।

Leave A Reply

Your email address will not be published.