Latest Odisha News

ଅଲ ନସ୍ର ସହ ଚୁକ୍ତି ପରେ ରୋନାଲ୍ଡୋ ହେଲେ ବିଶ୍ୱର ସବୁଠାରୁ ଧନୀ ଖେଳାଳି

ରିୟାଦ: ପର୍ତୁଗାଲ ଫୁଟବଲ ଟିମର ଅଧିନାୟକ କ୍ରିଷ୍ଟିଆନ ରୋନାଲ୍ଡୋ ସାଉଦି ଆରବର ଅଲ ନସ୍ର କ୍ଲବ ସହ ୨ବର୍ଷ ୬ମାସ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ରୟଟର୍ସ ଅନୁସାରେ ରୋନାଲ୍ଡୋଙ୍କୁ ଏ ନେଇ ୧୭୭୫ କୋଟି ଟଙ୍କା ପ୍ରଦାନ କରାଯିବ । ୩୭ ବର୍ଷୀୟ ରୋନାଲ୍ଡୋ ଏଥିସହ ସବୁଠାରୁ ଧନୀ ଖେଳାଳି ପାଲଟି ଯାଇଛନ୍ତି । ପ୍ରଥମ ଥର ପାଇଁ ସେ ଏସୀୟ କ୍ଲବ ପକ୍ଷରୁ ଖେଳିବେ । ଅଲ ନସ୍ର ୯ଥର ସାଉଦି ପ୍ରୋ ଲିଗ ଟାଇଟଲ ଜିତିସାରିଛି । ରୋନାଲ୍ଡୋଙ୍କ ଉପସ୍ଥିତି ଦଳକୁ ସହଜରେ ୧୦ମ ଟାଇଟଲ ଜିତାଇବ ବୋଲି କ୍ଲବ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । କାତାର ବିଶ୍ୱକପ ପରେ ରୋନାଲ୍ଡୋ ଅବସର ନେବେ ବୋଲି ଗୁଜବ ସୃଷ୍ଟି ହୋଇଥିଲା । ତେବେ ଏହାକୁ ଖଣ୍ଡନ କରି ରୋନାଲ୍ଡୋ ଖେଳ ଜାରୀ ରଖିବେ ବୋଲି କହିଛନ୍ତି । ତେବେ ସେ ଆଗାମୀ ବିଶ୍ୱକପ ଖେଳିବେ କି ନାହିଁ ତାହା ସ୍ପଷ୍ଟ କରି ନାହାନ୍ତି । ପୂର୍ବରୁ ସେ ମାଚେଂଷ୍ଟର ୟୁନାଇଟେଡ ପକ୍ଷରୁ ଖେଳି ୩ ପ୍ରିମିୟର ଲିଗ ଟାଇଟଲ ଓ ଗୋଟିଏ ଏଫଏ କପ ଜିତାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ସେହିପରି ଓଲ୍ଡ ଟ୍ରାଫର୍ଡ ପକ୍ଷରୁ ଖେଳି ଦଳକୁ ୨ ଲିଗ କପ ଜିତାଇଛନ୍ତି । ଏରିକ ଟନ ହ୍ୟାଗଙ୍କ ସହ ତାଙ୍କ ସମ୍ପର୍କ ଭଲ ନ ରହିବାରୁ ସେ କ୍ଲବ ଛାଡି ଦେଇଥିଲେ । ୨୦୦୯ରୁ ୧୮ ପର୍ଯ୍ୟନ୍ତ ସ୍ପେନିଶ କ୍ଲବ ରିୟଲ ମାଡ୍ରିଡ ପକ୍ଷରୁ ଖେଳିଥିଲେ । ଏହି କ୍ଲବ ପାଇଁ ସେ ୪୫୧ ଗୋଲ କରି ରେକର୍ଡ କରିଛନ୍ତି । କ୍ଲବସ୍ତରୀୟ ଓ ଆନ୍ତର୍ଜାତୀୟ ମୁକାବିଲାରେ ରୋନାଲ୍ଡୋ ୮୦୦ରୁ ଅଧିକ ଗୋଲ କରିଛନ୍ତି ।

Leave A Reply

Your email address will not be published.