Latest Odisha News

BREAKING NEWS

ହିଂସା ନେଇ ୨୦ କୃଷକ ନେତାଙ୍କୁ ନୋଟିସ୍, ୩ ଦିନ ମଧ୍ୟରେ ପକ୍ଷ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡରେ ହିଂସାକୁ ନେଇ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ୨୦ ଜଣ ଚାଷୀ ନେତାଙ୍କୁ ଦିଲ୍ଲୀ ପୋଲିସ ନୋଟିସ୍ ଜାରି କରିଛି । ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲିକୁ ନେଇ ହୋଇଥିବା ବୁଝାମଣା ରଦ୍ଦ କରିଥିବାରୁ ସ୍ୱରାଜ ଇଣ୍ଡିଆର ସଭାପତି ଯୋଗେନ୍ଦ୍ର ଯାଦବଙ୍କୁ ମଧ୍ୟ ନୋଟିସ୍ ଜାରି କରିଛି ଦିଲ୍ଲୀ ପୋଲିସ । ଏଥିସହ ଚାଷୀ ନେତାଙ୍କୁ ୩ ଦିନ ମଧ୍ୟରେ ପକ୍ଷ ରଖିବାକୁ କୁହାଯାଇଛି ।

ଚାଷୀ ନେତା ବଳଦେବ ସିଂ ସିର୍ସା ଏବଂ ବଲବୀର ଏସ୍ ରାଜେୱାଲଙ୍କୁ ମଧ୍ୟ ନୋଟିସ୍ କରିଛି ପୋଲିସ । ବୁଧବାର ଦିଲ୍ଲୀ ପୋଲିସର ଡେପୁଟି କମିଶନର ଚିନ୍ମୟ ବିଶ୍ୱାଳ ସଂଯୁକ୍ତ କିଶାନ ମୋର୍ଚ୍ଚାର ଦର୍ଶନ ପାଲଙ୍କୁ ନୋଟିସ୍ ପଠାଇଥିଲେ । ଟ୍ରାକ୍ଟର ରାଲିରେ ଚୁକ୍ତି ଉଲ୍ଲଂଘନ ହୋଇଥିବାରୁ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ପୋଲିସ ନୋଟିସ୍ କରିଥିଲା ।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ପୋଲିସ ଚାଷୀମାନଙ୍କୁ ଲୁକ୍ ଆଉଟ୍ ନୋଟିସ୍ ଜାରି କରିବାକୁ ପ୍ରସ୍ତୁତ ହେଉଛି । ଏପରିକି ଚାଷୀ ନେତାମାନଙ୍କୁ ପାସପୋର୍ଟ ସମର୍ପଣ କରିବା ଲାଗି ପୋଲିସ ପ୍ରକ୍ରିୟା ଆରମ୍ଭ କରିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.