ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସାଇବର୍ କ୍ରାଇମ୍ ୟୁନିଟ୍ ବୁଧବାର ଜାରି କରିଛି କରୋନାଭାଇରସ୍ ସମ୍ପର୍କିତ କିଛି ବିପଦପୂର୍ଣ୍ଣ ୱେବସାଇଟ୍ ର ଲମ୍ବା ତାଲିକା । ଏହି ସମସ୍ତ ୱେବସାଇଟ୍କୁ ଇଣ୍ଟରନେଟ୍ରେ ନ ଖୋଲିବାକୁ ପରାମର୍ଶ ଦିଆଯାଇଛି ।
Following domains are listed as potentially dangerous domains, please don’t open them:-
coronavirusstatus[.]space
coronavirus-map[.]com
blogcoronacl.canalcero[.]digital
coronavirus[.]zone
coronavirus-realtime[.]com
coronavirus[.]app
bgvfr.coronavirusaware[.]xyz
(1/2)#StaySafe— DCP Cybercrime (@DCP_CCC_Delhi) March 25, 2020
ଏହି ୧୩ଟି ସମ୍ଭାବିତ ଡୋମେନ୍ ବିପଦପୂର୍ଣ୍ଣ । ଏହି ସମସ୍ତ URL ଖୋଲି ଅନେକ ଲୋକ ନିଜର ଗୁପ୍ତ ତଥ୍ୟ ହରେଇସାରିଛନ୍ତି ।
ଏହି ସମସ୍ତ ୱେବସାଇଟ୍ ଆପଣଙ୍କ ସିଷ୍ଟମ୍ରେ ଭାଇରସ୍ ପ୍ରବେଶ କରାଇବା ସହ ଅଜାଣତରେ ଆପଣଙ୍କ ବକ୍ତଗତ ତଥ୍ୟ ଚୋରି କରିପାରେ ।
ଲକ୍-ଡାଉନ୍ ସ୍ଥିତିରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ଅଧିକାଂଶ ଲୋକ ଘରେ ଥାଇ କାମ କରୁଥିବାବେଳେ ସାଇବର୍ ସ୍କାମ ଓ ଫିସିଂର ସମ୍ବାବନା ବଢିଯାଇଛି ।
ଇଣ୍ଟରନେଟ୍ରେ ଫେକ୍ ୱବସାଇଟ୍ ର ସଂଖ୍ୟା ବଢିଥିବାବେଳେ କୌଣସି ସନ୍ଦେହଜନକ କିମ୍ବା ଅଜଣା ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ ।