Latest Odisha News

BREAKING NEWS

‘ବାହାରେ ଭିଡ଼ ଡ଼ାକୁଛି ମାତ୍ର ଯାଅ ନାହିଁ’; ଚିତ୍ରରେ ଭାଇ-ଭଉଣୀଙ୍କ କରୋନା ବାର୍ତ୍ତା

ଝାରସୁଗୁଡ଼ା: ଚିତ୍ରରେ କରୋନା ସଚେତନତାର ବାର୍ତ୍ତା ଦେଇଛନ୍ତି ଝାରସୁଗୁଡ଼ା ସହରର ଦୁଇଜଣ ଭାଇ-ଭଉଣୀ । କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ସାମାଜିକ ଦୂରତ୍ୱ ରକ୍ଷା କରିବା ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଚିତ୍ର ମାଧ୍ୟମରେ କହିଛନ୍ତି ପ୍ରାାଥମିକ ସ୍କୁଲରେ ପଢୁଥିବା ଋଷି ଓ ବୈଷ୍ଣବୀ ଦାସ । କରୋନାର ବାର୍ତ୍ତାକୁ ଚିତ୍ର ମାଧ୍ୟମରେ ଆଙ୍କି ତାହାକୁ ଲୋକ ମାନଙ୍କୁ ସଚେତନତା ଲାଗି ବାଣ୍ଟୁଛନ୍ତି ଏହି ଦୁଇଜଣ ଭାଇ ଭଉଣୀ ।

“ଭିଡ୍ ବୁଲାତି ହୈ, ମଗର୍ ଜାନେ କା ନେହିଁ” (ଭିଡ଼ ଡାକୁଛି ମାତ୍ର ବାହାରକୁ ଯାଅନାହିଁ), “ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ”, “ଭିଡ଼ରୁ ଦୂରରେ ରୁହନ୍ତୁ”, “ନିୟମିତ ହାତ ଧୁଅନ୍ତୁ”, “କରୋନାଠାରୁ ଯଦି ବଞ୍ଚିବାର ଅଛି ତେବେ ଘରେ ରୁହ” ଏମିତି ଅନେକ ପେଣ୍ଟିଂ କରି ଏହି ଭାଇ ଭଉଣୀ ବାଣ୍ଟିବାରେ ଲାଗିଛନ୍ତି ।

“ଟିଭିରେ ଏହିପ୍ରକାର ସଚେତନତା ବାର୍ତ୍ତା ଦେଖି ଆମେ ଅନୁପ୍ରାଣୀତ ହୋଇଛୁ,” ଏହା କହିଛନ୍ତି ଋଷି ।

Leave A Reply

Your email address will not be published.