Latest Odisha News

BREAKING NEWS

ଗୃହମନ୍ତ୍ରୀଙ୍କ ଫେକ୍ ଭିଡିଓ ପୋଷ୍ଟ କରିବା ପଡିଲା ମହଙ୍ଗା, ରେବନ୍ତ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଅଡୁଆ ବଢିଲା । ସୋସିଆଲ ମିଡ଼ିଆରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏଡିଟେଡ ଭିଡ଼ିଓ ପକାଇବା କାରଣରୁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ସମନ ଜାରି କରିଛି ଦିଲ୍ଲୀ ପୋଲିସ । ମେ’ ୧ ତାରିଖରେ ପଚରା ଉଚରା ପାଇଁ ହାଜିର ହେବାକୁ ନୋଟିସରେ କୁହାଯାଇଛି । ଏହାସହ ହାଜିର ବେଳେ ତାଙ୍କ ଫୋନ ଆଣିବାକୁ ଦିଲ୍ଲୀ ପୋଲିସ ରେଡ୍ଡୀଙ୍କୁ କହିଛି ।

ରିପୋର୍ଟ ମୁତାବକ, ଏହି ଏଡିଟିଂ ଭିଡିଓ ସେୟାର କରିଥିବା କିଛି କଂଗ୍ରେସ ନେତାଙ୍କ ସମେତ ଆଉ ପାଞ୍ଚ ଜଣଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି । ଏହି ଫେକ୍ ଭିଡ଼ିଓରେ ଗୃହମନ୍ତ୍ରୀ ଅମିତ ଶାହ ଅନୁସୂଚିତ ଜାତି, ଅନସୂଚିତ ଜନଜାତି ଓ ଅନ୍ୟ ପଛୁଆବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ଶେଷ କରିବା ପକ୍ଷ ନେଉଥିବା ଉଲ୍ଲେଖ ରହିଛି । ଶନିବାର ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି ।

ରବିବାର ଅମିତ ଶାହଙ୍କ ଏଡିଟେଡ୍ ଭିଡିଓ ବିସ୍ତାର ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ଏକ ଏଫଆଇଆର ରୁଜୁ କରିଛି । ବିଜେପି ଏବଂ ଗୃହ ମନ୍ତ୍ରଣାଳୟର ଅଭିଯୋଗ ପରେ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରୁଥିବା ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେପିର ଆଇଟି ସେଲ ମୁଖ୍ୟ ଦାବି କରିଛନ୍ତି ।

Leave A Reply

Your email address will not be published.