Latest Odisha News

BREAKING NEWS

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ଅଂଶୁଘାତରେ ଗଲା ଆଉ ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ହଡଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ  । ଗତ କିଛି ଦିନ ହେବ  ରାଜ୍ୟରେ ପାରଦ ଉପରମୁହାଁ । ଆଜି ଦିନ ୧୧ ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ୩ ସହର । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରୀ କରିଛି ପାଣିପାଗ ବିଭାଗ । ସେହିପରି ଭୁବନେଶ୍ବରକୁ ଅରେଞ୍ଜ ଆଲର୍ଟ କରାଯାଇଛି।

ଏଭଳି ସ୍ଥିତି ଆଗକୁ ଜାରି ରହିବା ସହ ଆସନ୍ତା ୩ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଭଳି ସ୍ଥିତି ସୃଷ୍ଟି ହେବ । ମେ ୨ ତାରିଖରରୁ ୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ । ସେପଟେ ରାଜ୍ୟରେ ଅଂଶୁଘାତରେ ଗଲାଣି ଦୁଇ ଜଣଙ୍କ ଜୀବନ ।  ଆଜି ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବାଲେଶ୍ୱର ପରେ ଢେଙ୍କାନାଳରେ ଅଂଶୁଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ରୁ ସର୍ବାଧିକ ୬୦ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ବେଳେ ମୟୂରଭଞ୍ଜରୁ ୪୦ ଜଣ, ଖୋର୍ଦ୍ଧାରୁ ୩୬ ଜଣ  ରହିଛନ୍ତି ।

 

Leave A Reply

Your email address will not be published.