Latest Odisha News

ଭୀମା କୋରେଗାଁଓ ମାମଲା: ପ୍ରଫେସର ହନୀ ବାବୁ ଏମ୍‌ଟି ଗିରଫ

ନୂଆଦିଲ୍ଲୀ: ଭୀମା କୋରେଗାଁଓ ମାମଲାରେ ଏନଆଇଏ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ପ୍ରଫେସର ହନୀ ବାବୁ ଏମ୍‌ଟିଙ୍କୁ ଗିରଫ କରିଛି । ଭୀମା କୋରେଗାଁଓ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଷଡ଼ଯନ୍ତ୍ରକାରୀମାନଙ୍କ ସହିତ ସେ ବି ସାମିଲ ଥିଲେ ବୋଲି ଏନଆଇଏ କହିଛି। ହନୀ ବାବୁ ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରରେ ରୁହନ୍ତି । ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଇଂଲିଶ ବିଭାଗରେ ସହକାରୀ ପ୍ରଫେସର ଅଛନ୍ତି । ତଦନ୍ତରୁ ଜଣାପଡ଼ିଛି ଯେ, ହନୀ ବାବୁ ଆତଙ୍କବାଦୀ ଗତିବିଧି ଏବଂ ମାଓବାଦୀ ବିଚାରଧାରାର ପ୍ରଚାର କରୁଥିଲେ ।

ସୂଚନାଯୋଗ୍ୟ, ୨୦୧୭ ଡିସେମ୍ବର ୩୧ରେ ମହାରାଷ୍ଟ୍ରର ପୁଣେ ଜିଲା ଅନ୍ତର୍ଗତ ଭୀମା କୋରେଗାଁଓ ଯୁଦ୍ଧ ସ୍ମାରକ ନିକଟରେ ହିଂସାକାଣ୍ଡ ଘଟିଥିଲା । ଭୀମା କୋରେଗାଁଓ ୟାଲଗାର ପରିଷଦ ପକ୍ଷରୁ ଏଠାରେ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ଯୋଗଦେଇଥିବା ବୁଦ୍ଧିଜୀବୀମାନେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବାରୁ ହିଂସାକାଣ୍ଡ ଘଟିଥିଲା । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ୩୦ ପୁଲିସ କର୍ମଚାରୀଙ୍କ ସହିତ ବହୁ ଲୋକ ଆହତ ହୋଇଥିଲେ ।

Leave A Reply

Your email address will not be published.