Latest Odisha News

ଆଜିଠୁ ଶ୍ରୀଜିଉଙ୍କ ୩ ରଥ ଖୋଲାକାମ ଆରମ୍ଭ

ପୁରୀ: ଆଜିଠାରୁ ୩ ରଥ ଖୋଲାକାମ ଆରମ୍ଭ ହୋଇଛି । ରଥ ନିର୍ମାଣ ସେବକ, ପରିଚାଳନା କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୋଇ ସେବକ ମାନେ ପରମ୍ପରା ଅନୁଯାୟୀ ରଥ ଖୋଲା କାମ ଆରମ୍ଭ କରିଛନ୍ତି । କିନ୍ତୁ ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଖୋଲାଯାଉଛି ।

ଏହି କାର୍ଯ୍ୟ ଏକ ମାସ ଧରି ଚାଲିବ । ଜଗନ୍ନାଥ ବଲ୍ଲଭ ମଠରେ ରହିବ ଏହି ୩ ରଥ ।  ଚଳିତବର୍ଷର ରଥକୁ  ଭକ୍ତ ଯେଭଳି  ଦେଖିବେ ସେଥିପାଇଁ ଜଗନ୍ନାଥ ବଲ୍ଲଭ ରଥରେ ୩ ରଥ  ଓ ରଥଯାତ୍ରାର ସମସ୍ତ ମହାପ୍ରଭୁଙ୍କ ନୀତିକାନ୍ତିର ଚିତ୍ରକଳା ରଖାଯିବ ।

ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦେବୀଦଳନ ଖୋଲାଯାଉଛି ।  ଉପର ଅଂଶରୁ ଖୋଲାଯିବା କାମ ଆରମ୍ଭ ହୋଇଛି ।  ପ୍ରଥମେ ଓଲଟସୁଆ ତାପରେ କଳସ ଖୋଲାଯିବା ପରେ  ଅଁଳାବେଢା, ପାରାଭାଡି,  ପୋଟଳ ଆଦି ରଥର ବିଭିନ୍ନ ଅଂଶକୁ  ଖୋଲା ଯାଉଛି ।  କ୍ରେନ  ସହାୟତାରେ ଉପର ଅଂଶଗୁଡିକୁ  ସୁରକ୍ଷିତ ଭାବେ ତଳକୁ ଅଣାଯାଉଛି । ରଥ ଖୋଲା କାମରେ  ଭୋଇ ସର୍ଦ୍ଦାର, ୫ ଜଣ କମାର ସେବକ,  ତିନିରଥର ମୁଖ୍ୟ ମହାରଣା  ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.