Latest Odisha News

BREAKING NEWS

ପୁଣି ବଢିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: କିଛିଦିନ କମିବା ପରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ୯୬୨୯ କରୋନା ରୋଗୀ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ସେହିପରି ୨୯ ଜଣଙ୍କର ମୃତ୍ୟୁ ହୋଇଛି।

ନୂଆ ମୃତକଙ୍କୁ ମିଶାଇଲେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୩୧,୩୯୮ ହୋଇଛି। ନୂଆ ମୃତକଙ୍କ ମଧ୍ୟରୁ ଦିଲ୍ଲୀରୁ ୬, ମହାରାଷ୍ଟ୍ର ଓ ରାଜସ୍ଥାନରୁ ୩ ଜଣ ଲେଖାଏ, ହରିଆଣା ଉତ୍ତର ପ୍ରଦେଶରେ ଦୁଇ ଜଣ ଲେଖାଏ, ଓଡ଼ିଶା ଗୁଜରାଟ ଓ ଛତିଶଗଡ଼ରୁ ଜଣେ ଲେଖାଏ ରୋଗୀଙ୍କର ମୃତ୍ୟୁ ହୋଇଛି। ସେହିଭଳି ପୁନଃ ଗଣନାରେ କେରଳରେ ୧୦ ଜଣଙ୍କର ଜୀବନ ଯାଇଥିବା ଜଣାପଡ଼ିଛି।

ବର୍ତ୍ତମାନ ଦେଶରେ ଚିକିତ୍ସିତ କରୋନା ରୋଗୀଙ୍କ ସଂଖ୍ୟା ୬୧,୦୧୩ ହୋଇଥିବା ବେଳେ ମୋଟ ସଂକ୍ରମଣର ଏହା ୦.୧୪ ପ୍ରତିଶତ। ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଅନୁସାରେ ଦିନକରେ ୧୧,୯୬୭ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪,୪୩,୨୩,୦୪୫ ହୋଇଛି।

ଜାତୀୟ ସୁସ୍ଥ ହାର ୯୮.୬୮ ପ୍ରତିଶତ ହୋଇଥିବା ବେଳେ ମୋଟ ସଂକ୍ରମଣର ମୃତ୍ୟୁ ହାର ୧.୧୮ ପ୍ରତିଶତ ରହିଛି।

Leave A Reply

Your email address will not be published.