Latest Odisha News

BREAKING NEWS

ସବୁ ଗଣିତ ଭୁଲ କରିଦେଲା ଟିମ୍ ଇଣ୍ଡିଆ: ଅଷ୍ଟ୍ରେଲିଆରେ କ୍ରମାଗତ ସିରିଜ ଜିତିବାରେ ଏସିଆରେ ପ୍ରଥମ, ଧୋନୀ ଏବଂ ଗାଭାସ୍କରଙ୍କ ରେକର୍ଡ ବି ଭାଙ୍ଗିଲା

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଛି । କେହି କେବେ ଭାବି ନ ଥିଲେ ୩୬ରେ ଅଲଆଉଟ ହୋଇଥିବା ଟିମ୍ ବିଶ୍ୱର ଶକ୍ତିଶାଳୀ ଟିମକୁ ତାର ମାଟିରେ ଧୂଳି ଚଟାଇବ ବୋଲି । ଯୁବ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ସବୁ ସମୀକ୍ଷକଙ୍କ ଗଣିତ ଭୁଲ କରି ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିପାରିଛନ୍ତି । ଆସନ୍ତୁ କେତେକ ରେକର୍ଡ ଉପରେ ନଜର ପକାଇବା ।
ଅଷ୍ଟ୍ରେଲିଆରେ କ୍ରମାଗତ ସିରିଜ ବିଜୟରେ ଏସିଆରେ ପ୍ରଥମ: ଟିମ୍ ଇଣ୍ଡିଆ ୪ର୍ଥ ଟେଷ୍ଟରେ ବିଜୟ ହାସଲ କରି ୨-୧ରେ ସିରିଜ ଜିତିଛି । ଅଷ୍ଟ୍ରେଲିଆରେ ଲଗାତାର ୨ ସିରିଜ ଜିତିବାରେ ଭାରତ ପ୍ରଥମ ଏସୀୟ ଟିମ୍ ଓଭରାଲ ୪ର୍ଥ ଟିମ୍ ହୋଇଛି । ଇଂଲଣ୍ଡ ୧୧୮୪ରୁ ୧୮୮୬ ମଧ୍ୟରେ ୩ଟି, ୱେଷ୍ଟଇଣ୍ଡିଜ ୧୯୮୪ରୁ ୧୯୯୨ରେ ୩ଟି ଏବଂ ଦକ୍ଷିଣ ଆଫ୍ରିକା ୨୦୦୮, ୨୦୧୨ ଓ ୨୦୧୬ରେ ସିରିଜ ଜିତିଥିଲା ।
ସିଡନୀ ଗ୍ରାଉଣ୍ଡ ରେକର୍ଡ: ୩୨ ବର୍ଷ ପରେ ଆୟୋଜକ ଅଷ୍ଟ୍ରେଲିଆ ବ୍ରିସବେନରେ ପ୍ରଥମ ଥର ଟେଷ୍ଟ ହାରିଛି । ୧୯୮୮ରେ ୱେଷ୍ଟଇଣ୍ଡିଜ ୯ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ସେହିପରି ପ୍ରଥମ ଥର ପାଇଁ କୌଣସି ଟିମ୍ ୩୦୦ରୁ ଅଧିକ ରନ ଚେଜ୍ କରିବାରେ ସଫଳ ହୋଇଛି । ଭାରତ ଏଠାରେ ପ୍ରଥମ ଟେଷ୍ଟ ବିଜୟ ହାସଲ କରିଛି । ସବୁଦାୟ ୬ ଟେଷ୍ଟ ଖେଳି ଭାରତ ୫ରେ ପରାଜିତ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଥିଲା ।
ସିରିଜ ରେକର୍ଡ: ଅଷ୍ଟ୍ରେଲିଆ କମ୍ରାଗତ ତୃତୀୟ ଟେଷ୍ଟ ସିରିଜରେ ପରାଜିତ ହୋଇଛି । ଅଷ୍ଟ୍ରେଲିଆରେ ଭାରତ ଏ ପର୍ଯନ୍ତ ବର୍ଡର-ଗାଭାସ୍କର ଟ୍ରଫି ୧୬ଟିରୁ ୧୦ ଟ୍ରଫି ଜିତିଛି । ଅଷ୍ଟ୍ରେଲିଆ ୫ ଜିତିଥିବା ବେଳେ ଗୋଟିଏ ଡ୍ର ରହିଛି ।

ଧୋନୀଙ୍କ ରେକର୍ଡ ପନ୍ତ ଏବଂ ଗାଭାସ୍କରଙ୍କ ଶୁଭମନ ଭାଙ୍ଗିଲେ: ଉଇକେଟକିପର ଭାବେ ଋଷଭ ପନ୍ତ ସବୁଠାରୁ କମ୍ ଟେଷ୍ଟ ଇନିଂସରେ ଏକ ହଜାର ରନ କରି ମହେନ୍ଦ୍ର ସିଂ ଧେରନୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ଧୋନୀ ୩୨ ଇନିଂସରେ ୧ ହଜାର ରନ କରିଥିବା ବେଳେ ପନ୍ତ ୨୭ ଇନିଂସରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେହିପରି ୪ର୍ଥ ଇନିଂସରେ ଅର୍ଦ୍ଧଶତକ କରିବାରେ ଭାରତର ସବୁଠାରୁ କମ ବୟସ୍କ ଖେଳାଳି ହୋଇଛନ୍ତି ଶୁଭମନ ଗିଲ(୨୧ ବର୍ଷ ୧୩୩ ଦିନ) । ତାଙ୍କ ପୂର୍ବରୁ ସୁନୀଲ ଗାଭାସ୍କର ୨୧ ବର୍ଷ ୨୪୩ ଦିନରେ ଏହି ଉପଲବ୍ଧି ହାସଲ କରିଥିଲେ ।

Leave A Reply

Your email address will not be published.