Latest Odisha News

BREAKING NEWS

ଦିଲ୍ଲୀ ଆସିଲେ ଚୀନ୍ ନାଗରିକଙ୍କୁ ମିଳିବନି ଟାକ୍ସି ସେବା

ନୂଆଦିଲ୍ଲୀ: ଗଲଓ୍ୱାନ ଘାଟି ସଂଘର୍ଷ ପରେ ସାରା ଦେଶରେ ଚୀନ ବିରୋଧରେ ହାଓ୍ୱା ବହୁଛି । ତେଜିବାରେ ଲାଗିଛି ଚୀନ ସାମଗ୍ରୀ ବର୍ଜନ ନାରା । ଏତିକିବେଳେ ବଡ଼ ନିଷ୍ପତ୍ତି ନେଇଛି ଦିଲ୍ଲୀର ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନ୍ । ଚୀନ୍ ନାଗରିକଙ୍କ ଉପରେ ବ୍ୟାନ ଲଗାଇଛି । ଘୋଷଣା କରିଛି, ଚୀନ୍ ନାଗରିକ ଦିଲ୍ଲୀ ଆସିଲେ ସେମାନଙ୍କୁ ଟାକ୍ସି ସେବା ଦିଆଯିବ ନାହିଁ ।

ଦିଲ୍ଲୀର ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନ୍ ଉପାଧ୍ୟକ୍ଷଙ୍କ ସୂଚନା ଅନୁସାରେ, ସଂଘ ନିଷ୍ପତ୍ତି ନେଇଛି ସେମାନଙ୍କ ଗାଡ଼ିରେ କୌଣସି ଚୀନ ନାଗରିକଙ୍କୁ ବସାଇବେ ନାହିଁ । ନିଷ୍ପତ୍ତିରେ ସମସ୍ତେ ସହମତ ହୋଇଛନ୍ତି । ଏପରିକି କିଛି ଟ୍ରାଭେଲ୍ ଏଜେନ୍ସୀ ସେମାନଙ୍କ ଅଫିସ ଆଗରେ ଏସମ୍ପର୍କିତ ନୋଟିସ୍ ବି ମାରିଛନ୍ତି । ଟାକ୍ସି ମାଲିକ ଗାଡ଼ିରେ ବି ପୋଷ୍ଟର ଲଗାଇଲେଣି ।

ଗଲଓ୍ୱାନ ଘାଟିରେ ଚୀନ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପରେ ଦିଲ୍ଲୀ ହୋଟେଲ୍ ଆସୋସିଏସନ୍ ଚୀନ ନାଗରିକଙ୍କୁ ବୟକଟ କରିଥିଲା । ଏବେ ସେମାନଙ୍କୁ ଟାକ୍ସିଂ ସେବା ବି ମିଳିବ ନାହିଁ ।

Leave A Reply

Your email address will not be published.