Latest Odisha News

BREAKING NEWS

ପୋଲିସକୁ କାର୍ ବୋନଟ ଉପରେ ପକାଇ ଘୋଷାଡି ନେଲା ଡ୍ରାଇଭର୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କାର୍ ଚାଳକଙ୍କ ଆତଙ୍କରାଜ । ପୋଲିସକୁ କାର୍ ବୋନେଟ୍ ଉପରେ ବସାଇ କିଛି ବାଟ ଘୋଷାଡି ନେଲା । ମଝି ରାସ୍ତାରେ ପକାଇ ଦେଇ ମାରିଲା ଚମ୍ପଟ । ଦେଶ ରାଜଧାନୀ ଦିଲ୍ଲୀରୁ ଏମିତି ଘଟଣା ସାମନାକୁ ଆସିଛି । ସିସିଟିଭିରେ କଏଦ ଏହି ଦୃଶ୍ୟକୁ ଦେଖନ୍ତୁ । କିଭଳି କାର୍ ଚାଳକ ପୋଲିସକୁ ବୋନେଟ ଉପରେ ପକାଇ ଘୋଷାଡ଼ି ନେଲା ।

ଦିଲ୍ଲୀ ଧୌଲା କୁଆଁ ଅଞ୍ଚଳର ଏହି ଘଟଣା । ଗତ ୧୨ ତାରିଖରେ ଘଟିଥିଲା । ଟ୍ରାଫିକ ଚେକିଂ ଚାଲିଥିଲା । ସଂପୃକ୍ତ କାର ଚାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିଲେ । ଗାଡ଼ିକୁ ଅଟକାଇଥିଲା ପୋଲିସ । ଅଟକିବା ପରିବର୍ତ୍ତେ ଚଞ୍ଚକତା କରି ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା ।

ଖସି ଯିବା ବେଳେ ଆଗରେ ଠିଆ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଇଥିଲା । ସେ କାର୍ ବୋନେଟ ଉପରେ ପଡ଼ିଯାଇଥିଲେ । କିଛି ଦୂର ଘୋଷାଡି ନେବା ପରେ ମଝି ରାସ୍ତାରେ ପକାଇ ଦେଇ ପଳାଇଥିଲା କାର୍ ଡ୍ରାଇଭର୍ ।

ପରେ ସଂପୃକ୍ତ କାର ଚାଳକୁ ଧରିଥିଲା ପୋଲିସ । ତା ନାଁ ଶୁଭମ୍ । ଏନେଇ ଦିଲ୍ଲୀ କ୍ୟାଣ୍ଟ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ଜନଗହଳିପୂର୍ଣ୍ଣ ଦିଲ୍ଲୀ ରାଜରାସ୍ତାରେ ଦିନରେ ଏଭଳି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ।

Leave A Reply

Your email address will not be published.