Latest Odisha News

BREAKING NEWS

୪୯ ସିଗାରେଟର ଧୁଆଁ ସହ ସମାନ ଦିଲ୍ଲୀର ବାୟୁ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ପରିସ୍ଥିତି ବହୁତ ଖରାପ ପରିସ୍ଥିତିରେ ପହଞ୍ଚିଲାଣି। ବାଣ ଏବଂ ନଡା ଜଳିବା ପ୍ରଦୂଷଣର ମୁଖ୍ୟ କାରଣ ବୋଲି ଜଣାପଡିଛି।

ବିଷାକ୍ତ ବାୟୁ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ରେ ଅସୁବିଧା ସହ ଲୋକମାନେ ଆଖିରେ ଜ୍ୱଳନ ମଧ୍ଯ ଅନୁଭବ କରୁଛନ୍ତି। ତେବେ ସୋମବାର ଦିନ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୯୭୮ରେ ପହଞ୍ଚିଛି। ଯାହାକି ଦୈନକ ୪୯ ସିଗାରେଟ୍ ଟାଣିବା ସହିତ ସମାନ ଅଟେ।

ଦିଲ୍ଲୀ ପରେ ହରିୟାଣାରେ ମଧ୍ଯ ପ୍ରଦୂଷଣ ସର୍ବାଧିକ ରହିଛି। ସେଠାକାର ଏକ୍ୟୁଆଇ ହେଉଛି ୬୩୧ ଯାହା ଦିନକୁ ୩୩ ସିଗାରେଟ୍ ଟାଣିବା ସହିତ ସମାନ। ତେବେ ଉତ୍ତରପ୍ରଦେଶରେ ଏକ୍ୟୁଆଇ ୨୭୩ ରହିଥିବା ବେଳେ ପଞ୍ଜାବରେ ଏକ୍ୟୁଆଇ ୨୩୩ ରହିଛି।

Comments are closed.