Latest Odisha News

ଡେଲ୍‌ଟା ପ୍ଲସ୍‌ ନୁହେଁ ବରଂ ଡେଲ୍‌ଟା ପ୍ରଜାତି ହିଁ ଦେଶରେ ଏକମାତ୍ର ଚିନ୍ତାର କାରଣ; ରିପୋର୍ଟ

ନୂଆଦିଲ୍ଲୀ:ସମଗ୍ର ବିଶ୍ବରେ କରୋନା ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିଛି। ଡେଲ୍‌ଟା ପ୍ରଜାତି ଶକ୍ତିଶାଳୀ ହୋଇଚାଲିଥିବା ବେଳେ ଏହାପରେ ଡେଲଟା ପ୍ଲସ୍‌ ପ୍ରଜାତିକୁ ନେଇ ଚିନ୍ତା ବଢିଯାଇଛି। ତେବେ କରୋନାର ଡେଲ୍‌ଟା ପ୍ରଜାତିକୁ ନେଇ ଏବେ ଏକ ଆଶ୍ବସ୍ତକର ଖବର ଆସିଛି।

ଡେଲଟା ଅପେକ୍ଷା ଡେଲଟା ପ୍ଲସ୍ ଭାରିଆଣ୍ଟ ଅଧିକ ସଂକ୍ରମଣ ହେବାର ସମ୍ଭାବନା ନାହିଁ ବୋଲି ଜଣାପଡ଼ିଛି। ଏ ନେଇ INSACOG ପକ୍ଷରୁ ସୂଚନା ମିଳିଛି। ଡେଲ୍‌ଟା ପ୍ଲସ୍‌ ପ୍ରଜାତି ଡେଲ୍‌ଟା ତୁଳନାରେ ଅଧିକ ସଂକ୍ରାମକ ନୁହେଁ ବୋଲି INSACOG କହିଛନ୍ତି।

ରିପୋର୍ଟ ଅନୁଯାୟୀ, ଡେଲଟା ଭାରିଆଣ୍ଟ ହିଁ ଦେଶରେ ଏକମାତ୍ର ଚିନ୍ତାର କାରଣ।

Comments are closed.