Latest Odisha News

BREAKING NEWS

ଓଡ଼ିଶାର ୧୨ଟି ଜିଲ୍ଲାକୁ ଡ଼େଙ୍ଗୁ ବ୍ୟାପିଲା !

ଭୁବନେଶ୍ୱର : ଓଡ଼ିଶାର ୧୨ଟି ଜିଲ୍ଲାରେ ଡ଼େଙ୍ଗୁ ରୋଗ ବ୍ୟାପିଛି । ରାଜ୍ୟର ୧୨ଟି ଜିଲ୍ଲାରେ ଥିବା ବିଭିନ୍ନ ଡ଼ାକ୍ତରଖାନାରେ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।
ରାଜ୍ୟର କଟକ ଜିଲ୍ଲାରେ ଡ଼େଙ୍ଗୁ ରୋଗୀ ସର୍ବାଧିକ ୨୪ ଜଣ ଥିବା ବେଳେ, ଯାଜପୁର ଜିଲ୍ଲାରେ ୮ଜଣ ରୋଗୀ ଚିହ୍ନଟ ହୋଇଛି, ଜଗତସିଂହପୁର ଓ ବାଲେଶ୍ୱରରେ ୬ଟି କେସ୍ , ୫ଜଣ ରୋଗୀ ନୟାଗଡ଼ରେ, ଖୋର୍ଦ୍ଧାରେ ୪ଜଣ, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ୩ଜଣ କରି, ପୁରୀରେ ୨ଜଣ, ଅନୁଗୁଳ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂତ୍ରରୁ ଜଣାପଡ଼ିଛି ।

କଟକ ବଡ଼ ଡ଼ାକ୍ତରଖାନା ସୂତ୍ରରୁ ପ୍ରକାଶ, ଗୁରୁବାର ଦିନ ୩୩ଜଣ ରୋଗୀଙ୍କର ନମୁନା ପରୀକ୍ଷା ହୋଇଛି, ସେଥିରୁ ୫ଜଣ ଙ୍କ ନମୁନାରେ ଡ଼େଙ୍ଗୁ ଚିହ୍ନଟ ହୋଇଛି ।

କଟକ ଏସସିବି ମେଡ଼ିକାଲର ଏପର୍ଯ୍ୟନ୍ତ ୧୭ ଜଣ ଡ଼େଙ୍ଗୁ ରୋଗୀ ଆଇସିୟୁ ରେ ରହି ଚିକିତ୍ସିତ ହେଉଛନ୍ତି, ସେଥିରୁ ଅଧିକାଂଶ ରୋଗୀଙ୍କର ଅବସ୍ଥା ଗୁରୁତର ଅବସ୍ଥାରେ ରହିଛି ।

କଟକରେ ଚିକିତ୍ସିତ ହେଉଥିବା ୨୪ ଜଣ ରୋଗୀଙ୍କ ମଧ୍ୟରୁ ୭ଜଣ ରୋଗୀ ଟାଙ୍ଗୀ ଅଞ୍ଚଳରୁ ଏବଂ ୬ଜଣ ରୋଗୀ ଜଗତପୁର ଶିଳ୍ପାଞ୍ଚଳର ବୋଲି ଜଣାପଡ଼ିଛି ।

ଏପର୍ଯ୍ୟନ୍ତ ୨ଜଣ ଡ଼େଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀ କଟକ ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି ।
ଜୁନ ୨୪ ତାରିଖରେ କେନ୍ଦୁଝର ଜିଲ୍ଲାର ରୋଗୀ ତ୍ରୈଲୋକ୍ୟ ବାରିକ ମୃତ୍ୟୁବରଣ କରିଥିବା ବେଳେ ସେହି କଟକ ଡ଼ାକ୍ତରଖାନାରେ ପୁରୀ ଜିଲ୍ଲା ରୂପଦେଈପୁର ଗ୍ରାମର ପ୍ରଶାନ୍ତ ମହାରଣା ନାମକ ବ୍ୟକ୍ତି ଡ଼େଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.