Latest Odisha News

BREAKING NEWS

ପ୍ରବଳ ବର୍ଷା ଆଶଙ୍କା: ୧୦ଟି ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଓଡ଼ିଶା ଉପକୂଳ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଘନୀଭୁତ ହେବା ଯୋଗୁଁ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ରାଜ୍ୟର ଯେଉଁସବୁ ଜିଲ୍ଲାରେ ଅଧିକ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ସେହି ଜିଲ୍ଲାଗୁଡ଼ିକ ହେଲା – ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗିର, ବୌଦ୍ଧ ଓ ସୋନପୁର ଜିଲ୍ଲା ।

ରାଜ୍ୟର ଯେଉଁସବୁ ସ୍ଥାନରେ ଅଧିକ ବର୍ଷା ହୋଇଛି ସେହି ସ୍ଥାନ ଗୁଡ଼ିକ ହେଲା – କଳାହାଣ୍ଡିର ଲାଞ୍ଜିଗଡ଼, ପାଟଣାଗଡ଼, ବଲାଙ୍ଗୀରର ବେଲପଡ଼ା, କଳାହାଣ୍ଡିର ମଦନପୁର ଓ ରାମପୁର, ସୁନ୍ଦରଗଡ଼ର ପାନପୋଷ ଓ ହେମଗିରି ଓ ଗୁରୁଣ୍ଡିଆ, ଅନୁଗୁଳ, ବରଗଡ଼, ପଦମପୁର, ଯାଜପୁର, ବଟଗାଁ ସମ୍ବଲପୁର, ବରଗଡ଼ର ପାଇକମାଳ, ଯାଜପୁରର ସୁକିନ୍ଦା, ମୟୁରଭଞ୍ଜର ଚନ୍ଦନପୁର, ଯାଜପୁରର ଚଣ୍ଡିଖୋଲ, କେନ୍ଦ୍ରାପଡ଼ାର ରାଜକନିକା, ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ।

ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ସର୍ବାଧିକ ୩୩.୩ ଡ଼ିଗ୍ରୀ ତାପମାତ୍ରା ରହିଥିବା ବେଳେ ଟିଟିଲାଗଡ଼ରେ ସବୁଠୁ କମ୍ ୨୧.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।

Leave A Reply

Your email address will not be published.