Latest Odisha News

BREAKING NEWS

ଇତିହାସ ରଚିଲେ ହିମା ଦାସ: ବିଶ୍ୱ ୨୦ବର୍ଷରୁ କମ୍ ଦୌଡ଼କୁଦରେ ସ୍ୱର୍ଣ୍ଣପଦକ

ଟାମ୍ପେରେ (ଫିନଲାଣ୍ଡ) : ଭାରତୀୟ ଦୌଡ଼ ପ୍ରତିଯୋଗୀ ହିମା ଦାସ ୨୦ ବର୍ଷରୁ କମ୍ ଆଇଏଏଏଫ ବିଶ୍ୱ ଦୌଡ଼କୁଦ ଚାମ୍ପିୟନସିପରେ ପ୍ରଥମ ଭାରତୀୟ ଭାେବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ମହିଳା ୪୦୦ ମିଟର ଦୌଡ଼ରେ ୫୧.୪୬ ସେକେଣ୍ଡ ରେ ପ୍ରଥମସ୍ଥାନ ହାସଲ କରି ଭାରତ ଲାଗି ସ୍ୱର୍ଣ୍ଣ ପଦକ ଜିତିପାରିଛନ୍ତି ।

ଇତିହାସ ରଚିଲେ ଭାରତୀୟ ସ୍ପ୍ରିଣ୍ଟର୍ ହିମା ଦାସ । ଏହା ପୂର୍ବରୁ କୌଣସି ଭାରତୀୟ ବିଶ୍ୱ ଚମ୍ପିୟାନସିପ ଦୌଡ଼କୁଦରେ ପ୍ରଥମ ସ୍ଥାନ ଦଖଲ କରି ସ୍ୱର୍ଣ୍ଣ ପଦକ ହାସଲ କରିପାରିନାହାନ୍ତି । ବିଶ୍ୱସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣପଦକ ହାସଲ ।

ଅବଶ୍ୟ ଏହି ୧୮ ବର୍ଷୀୟା ଆସାମୀ ଆଥଲେଟ ହିମାଙ୍କର ପୂର୍ବରୁ ୫୧.୧୩ ସେକେଣ୍ଡ ରେକର୍ଡ଼ ରହିଛି । ତେବେ ଫାଇନାଲ ଟ୍ରାକରେ ସମସ୍ତଙ୍କୁ ପଛରେ ପକାଇ ୫୧.୪୬ ସେକେଣ୍ଟରେ ଦୌଡ଼ ଶେଷ କରି ସ୍ୱର୍ଣ୍ଣ ପଦକ ହାସଲ କରିପାରିଛନ୍ତି । ଭାରତୀୟ କ୍ରୀଡ଼ାଜଗତରେ ଏହା ଏକ ବିରାଟ ସଫଳତା ବୋଲି କ୍ରୀଡ଼ା ବିଶେଷଜ୍ଞମାନେ କହିଛନ୍ତି ।

ଆସାମର ନାଗାଓଁ ଜିଲ୍ଲାର ଧିଙ୍ଗ ଗ୍ରାମର ବାସିନ୍ଦା ହେଲେ ହିମା ଦାସ । ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଭାରତୀୟ ଜାଭେଲିନ ଥ୍ରୋ ଆଥଲେଟ ନୀରଜ ଚୋପ୍ରାଙ୍କ କମ୍ପାନୀରେ ରହି କୋଚିଂ ନେଉଥିଲେ ହିମା । “ଭାରତରେ ଥିବା ମୋର ସମସ୍ତ ଶୁଭେଚ୍ଛୁ ତଥା ଏଠାରେ ଥିବା ସମସ୍ତ ଭାରତୀୟ ପ୍ରଶଂସକମାନଙ୍କୁ ମୁଁ ଅଜସ୍ର ଧନ୍ୟବାଦ ଜଣାଉଛି । ସମସ୍ତେ ମୋ ପଛରେ ରହି ମୋତେ ବେଶ୍ ଉତ୍ସାହିତ କରିଥିବାରୁ ମୁଁ ଏହି ବିରାଟ ସଫଳତା ହାସଲ କରିପାରିଛି”, ବୋଲି ସ୍ୱର୍ଣ୍ଣ ଜିତିଲା ପରେ କହିଛନ୍ତି ଏହି ଉଦୀୟମାନ ତାରକା ହିମା ଦାସ ।

Leave A Reply

Your email address will not be published.