Odisha Weather: ୧୨ ଜିଲ୍ଲାକୁ ଘନ କୁହୁଡି ସତର୍କତା, ଆସନ୍ତା ୩ ଦିନ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ଖସିବା ସମ୍ଭାବନା…
ଭୁବନେଶ୍ବର: ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି । ଏହା ସାଙ୍ଗକୁ ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସକାଳ ୧୦ଟା ପର୍ଯ୍ୟନ୍ତ ଦୃଶ୍ୟମାନ କମ୍ ହେଉଥିବାରୁ ରାସ୍ତାରେ ଯାତାୟତ କରିବା ଅସୁବିଧା ହୋଇପଡିଛି । ତେବେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଏଭଳି ଘନ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସେହିପରି ଆସନ୍ତା ୩ ଦିନ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ଖସିବା ସମ୍ଭାବନା ରହିଛି । ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ସର୍ବାଧିକ କୁହୁଡ଼ି ରହିବା ନେଇ ବିଭାଗ ଆକଳନ କରିଛି ।
ଆଜି ସକାଳେ ଯାଜପୁର, ନୟାଗଡ଼ ଜିଲାକୁ ଘନରୁ ଅତି ଘନ କୁହୁଡ଼ି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ସୁନ୍ଦରଗଡ଼ ଏବଂ ଗଜପତି ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଘୁ.ଉଦୟଗିରିରେ ରାତି ତାପମାତ୍ରା ୬.୪ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୮.୫, ଦାରିଙ୍ଗବାଡ଼ିରେ ୮, ସେମିଳିଗୁଡ଼ାରେ ୯.୧, ଭୁବନେଶ୍ବରରେ ୧୭.୬ ଏବଂ କଟକରେ ୧୫.୪ ଡିଗ୍ରୀ ରହିଛି। ଯାଜପୁର, ଜଗତସିଂହପୁର, ଭୁବନେଶ୍ବର, ଗୋପାଳପୁର, ଖୋର୍ଦ୍ଧା, ଢେଙ୍କାନାଳ, ଫୁଲବାଣୀ, ଚାନ୍ଦବାଲି, ପାରାଦ୍ବୀପ, କେନ୍ଦ୍ରାପଡ଼ା, ବାରିପଦା, ରାଉରକେଲା ଏବଂ ଭବାନୀପାଟଣାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି।
Comments are closed.