Latest Odisha News

BREAKING NEWS

ଖରାଦିନ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି । ଖରାଦିନ ପାଇଁ ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ବ୍ୟବସ୍ଥା କରାଇବାକୁ ଚିଠି ଲେଖିଛି ବିଭାଗ ।

ଏହା ସହ ସମସ୍ତ ସମସ୍ତ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ପାଣି ମହଜୁଦ ସହ ପିଲାଙ୍କୁ ସଚେତନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ବିଦ୍ୟାଳୟ ପରିସରରେ ଥିବା ଟ୍ୟୁବୱେଲ ଗୁଡିକ ମରାମତି କରାଯାଇ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍କୁଲ ଓ କଲେଜ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ ରଖାଯିବା ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଆବଶ୍ୟକ ସ୍ଥଳେ ଦେବାକୁ କୁହାଯାଇଛି । ଶ୍ରେଣୀଗୃହ ବାହାରେ ଅର୍ଥାତ୍ କୌଣସି ବାହ୍ୟ କାର୍ଯ୍ୟକ୍ରମ ଆୟୋଜନ ନ କରିବାକୁ ଚିଠିରେ ଉଲ୍ଲେଖ ରହିଛି ।

ଏହାସହ ଛାତ୍ରଛାତ୍ରୀ ମାନେ ଯେପରି ଅଧିକ ଖରା ସଂସ୍ପର୍ଶରେ ନ ଆସନ୍ତି ତାହା ଉପରେ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ ଚିଠିରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.