ଭୁବନେଶ୍ୱର: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ । ଏହି ସମୟରେ ବୁଡ ପକାଇବାକୁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି । ଏହି ଅବସରରେ ପବିତ୍ର ତ୍ରିବେଣୀ ସଙ୍ଗମରେ ସୋମବାର ବୁଡପକାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ସପ୍ତଲୋକକୁ ସ୍ମରଣ କରି ସେ ସାତ ଥର ବୁଡ଼ ପକାଇଛନ୍ତି । ଶରୀର ଭିତରେ ଥିବା ସାତ ଗୋଟି ଚକ୍ର ଏହି ସପ୍ତଲୋକର ପ୍ରତୀକ । ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କରିବା ସହ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ନିମନ୍ତେ ସେ ପ୍ରାର୍ଥନା କରିଛନ୍ତି ବୋଲି କହିଛନ୍ତି ।
ପ୍ରତ୍ୟେକ ଗାଁରେ ପ୍ରଗତିର ଗଙ୍ଗା ବହିବା ସହ ରାଜ୍ୟରେ ଶାନ୍ତି ଓ ଉନ୍ନତି ପାଇଁ କାମନା କରିଛନ୍ତି । ଭାରତୀୟ ଆଧ୍ୟାତ୍ମିକ ବିଶ୍ୱାସରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ କେବଳ ପଵିତ୍ରତମ ନୁହେଁ ମୁକ୍ତିର ଏକ ପବିତ୍ର ତୀର୍ଥସ୍ଥାନ ବୋଲି ସେ କହିଛନ୍ତି ।
ଏହି ପବିତ୍ର ସ୍ନାନ ସମୟରେ ସାଥିରେ ତାଙ୍କ ସହଧର୍ମିଣୀ ତଥା ସାଂସଦ ସଂଗୀତା କୁମାରୀ ସିଂହଦେଓ ଓ ଝିଅ ନିଭ୍ରିତି କୁମାରୀ ମେୱାର ମଧ୍ୟ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଗତକାଲି ଅର୍ଥାତ୍ ରବିବାର ମହାକୁମ୍ଭରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
Comments are closed.