Latest Odisha News

BREAKING NEWS

‘ଆଳୁ ଯୋଗାଣକୁ ନେଇ ଓଡିଶାକୁ ବ୍ଲାକମେଲ୍ କରୁଥିଲେ ଦିଦି’

ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରକାର ବ୍ଲାକମେଲ୍ କରୁଥିଲା ଆମ ପଡ଼ୋଶୀ ରାଜ୍ୟ । ପଶ୍ଚିମବଙ୍ଗ ଆଳୁ ଟ୍ରକ୍‌ କୁ ରାଜ୍ୟର ସୀମାରେ ଅଟକାଇ ଦେଉଥିଲା । ତେଣୁ ଆମେ ନିଷ୍ପତ୍ତି ନେଇଛୁ, ମମତା ଦିଦିଙ୍କୁ ଆଉ ବ୍ଲାକମେଲ୍ କରିବାକୁ ସୁଯୋଗ ଦେବୁନି ଏଭଳି କହି ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଦୂର ହେବ ଆଳୁ ଅଭାବୀ । ଏବେ କୃଷକ ମାନଙ୍କୁ କେବଳ ଧାନ ଉପରେ ନିର୍ଭର ନକରି ନୂଆ ଟେକନିକ୍ ପ୍ରୟୋଗରେ ଅନ୍ୟାନ୍ୟ ଫସଲ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହ ରାଜ୍ୟରେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ଯୋଗାଇ ଦେଇଛୁ । ଏହା ସହ ରାଜ୍ୟରେ ଖୁବ ଶୀଘ୍ର ୫୮ଟି ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଳୁ ଚାଷ ଉପରେ ଆଲୋକପାତ କରି କହିଥିଲେ ଯେ, ରାଜ୍ୟରେ ଆଳୁ ଚାଷକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଚଳିତ ବର୍ଷ ୨.୪ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

 

Comments are closed.