Latest Odisha News

BREAKING NEWS

ଉପବାଚସ୍ପତିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ସାମ୍ନାରୁ ପିଟିଲା ଟ୍ରକ୍

ଅନୁଗୁଳ: ଅନୁଗୁଳରୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଉପବାଚସ୍ପତିଙ୍କ ଗାଡ଼ି । ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ ପରେ କାର ଯୋଗେ ଉପବାଚସ୍ପତି ରଜନୀକାନ୍ତ ସିଂହ ଫେରୁଥିଲେ । ପଞ୍ଚମହଲା ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ସାମ୍ନାରୁ ଧକ୍କା ଦେଇଥିଲା ।

କାରର ଡାହାଣ ପାର୍ଶ୍ୱରେ ୧୦ ଚକିଆ ଟ୍ରକ୍ ମାଡ଼ ହୋଇଥିବା ବେଳେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ରଜନୀକାନ୍ତ ସିଂହ । ଉପବାଚସ୍ପତି ରଜନୀକାନ୍ତ ସିଂ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି । ସୁରକ୍ଷା ବଳୟରେ ରଜନୀକାନ୍ତ ଅନୁଗୁଳରୁ ଫେରୁଥିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା ।

Leave A Reply

Your email address will not be published.