Latest Odisha News

BREAKING NEWS

ରାୟଗଡ଼ାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା, କ୍ରାଇମବ୍ରାଞ୍ଚ ଗଠନ କଲା ଆଉ ଏକ ଟିମ୍

ଭୁବନେଶ୍ୱର: ରାୟଗଡ଼ାର ହୋଟେଲରେ କେମିତି ୨ ଦିନ ବ୍ୟବଧ୍ୟାନରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା । ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଉ ଏକ ଟିମ୍ ଗଠନ କରିଛି । ୪ ଜଣ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ରାୟଗଡ଼ା ଯାଇଛି । ଏହି ଟିମର ନେତୃତ୍ୱ ନେଉଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତୋ ।

ଡିଏସପିଙ୍କ ସହ ଟିମରେ ଜଣେ ଇନ୍ସପେକ୍ଟର, ଜଣେ ଏସ୍ଆଇ ଓ ଜଣ ଏଏସ୍ଆଇ ରହିଛନ୍ତି । କ୍ରାଇବ୍ରାଞ୍ଚକୁ ୨ ଜଣ ଫରେନ୍ସିକ ବିଶେଷଜ୍ଞ ଏବଂ ଫଟୋଗ୍ରାଫର ସହାୟତା କରୁଥନ୍ତି । ସ୍ଥାନୀୟ ପୋଲିସ ସହାୟତାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ।

ମୃତ ୨ ଋଷୀୟଙ୍କ ସମ୍ପର୍କୀୟଙ୍କ ସହ କ୍ରାଇମବ୍ରାଞ୍ଚ ସମ୍ପର୍କ କରି କିଛି ସୂଚନା ପାଇବାକୁ ଲକ୍ଷ୍ୟ ରଖିଛି । ବ୍ଲାଡିମିରଙ୍କ ମୃତ୍ୟୁର ଦିନକ ପରେ ଆଖି ବୁଜିଥିଲେ ବନ୍ଧୁ ଆଣ୍ଟୋଭା ପାଭେଲ୍ । ସୂଚନା ଅନୁସାରେ, ଋଷିଆର ୪ ଜଣ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲି ସାର ୨୧ ତାରିଖରେ ରାୟଗଡ଼ ଆସି ଏକ ହୋଟେଲେ ରହିଛି । ୨୨ ତାରିଖରେ ସନ୍ଦେହନଜନକ ବାବେ ବ୍ଲାଡିମିରଙ୍କ ମୃତ୍ୟୁ ହେବା ପରେ ଖ୍ରୀଷ୍ଟିଆନ୍ ନୀତିରୀତି ଅନୁସାରେ ଆଣ୍ଟୋଭା ଅନ୍ତିମ ସଂସ୍କାର କରିଥିଲେ ।

ସାଙ୍ଗରେ ଆସିଥିବା ଅନ୍ୟ ୨ ଋଷୀୟ ପର୍ଯ୍ୟଟକ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରୁଛନ୍ତି । ଋଷୀୟ ପର୍ଯ୍ୟଟକଙ୍କୁ ରାୟଗଡ଼ା ଆଣିଥିବା ଗାଇଡ୍ ଜିତେନ୍ଦ୍ର ସିଂଙ୍କୁ ବି କ୍ରାଇମବ୍ରାଞ୍ଚ ପଚରାଉଚରା କରୁଛି । ସେମାନଙ୍କ ଗସ୍ତର ସମସ୍ତ ବିବରଣୀ, ହୋଟେଲ ରହଣୀ, ବିମାନ ଆଦି ସମସ୍ତ ତଥ୍ୟକୁ କ୍ରାଇମବ୍ରାଞ୍ଚ ଛାନଭିନ୍ କରୁଛି ।

ମୃତ୍ୟୁ ବରଣ କରିଥିବା ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଆଗରୁ କେମିତି ଥିଲା ? ଋଷରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିଲା ତ ? ନା ରାୟଗଡ଼ା ଆସିବା ପରେ ସ୍ୱାସ୍ଥ୍ୟରେ ଅବନତି ହେଲା । ସମସ୍ତ ଦିଗକୁ ନଜରରେ ରଖି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ଗତ ୨୭ ତାରିଖରେ ପୋଲିସ ଡିଜି ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.