Latest Odisha News

BREAKING NEWS

‘ଓଡ଼ିଶା ସମ୍ବାଦ’ ପ୍ରଭାବ, କିଡନୀ ରୋଗରେ ପୀଡ଼ିତ ରାଜେଶଙ୍କୁ ମିଳିଲା ଚିକିତ୍ସା ସହାୟତା

ଯାଜପୁର: ହସଖୁସିର ସଂସାରରେ ଲାଗିଥିଲା ରୋଗର ଗ୍ରହଣ । ହାତ ଧରୁ ଧରୁ ଶଯ୍ୟାଶାୟୀ ହୋଇଥିଲେ ସ୍ୱାମୀ । ଯାହାକୁ ନେଇ ଗତ ୨୬ ତାରିଖରେ ନୂଆ ସଂସାରରେ ଲୁହ ଆଣିଦେଲା ରୋଗ, ଚିକିତ୍ସା ପାଇଁ ସହାୟତା ମାଗିଲେ ପତ୍ନୀ ଶୀର୍ଷକ ଖବର ଓଡ଼ିଶା ସମ୍ବାଦରେ ପ୍ରକାଶ ପାଇଥିଲା । ଏବେ ତାର ପ୍ରଭାବ ପଡ଼ିଛି । ଓଡ଼ିଶା ସମ୍ବାଦରେ ପ୍ରକାଶିତ ଖବରକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର ।

କିଡନୀ ରୋଗରେ ପୀଡ଼ିତ ଯାଜପୁରର ରାଜେଶଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା ଯୋଗାଇ ଦିଆଯାଇଛି । ବିଏସକେୱାଇ ଯୋଜନାରେ ରାଜେଶଙ୍କ ଚିକିତ୍ସା ଯାଜପୁର ଜିଲ୍ଲା ଚିକିତ୍ସାଳୟରେ ଆରମ୍ଭ ହୋଇଥିବା ବେଳେ ଡାକ୍ତର କଟକ ଏସସିବିକୁ ରେଫର୍ କରିଛନ୍ତି ।

ରାଜେଶଙ୍କ ୨ଟି ଯାକ କିଡନୀ ଖରାପ ହୋଇ ଯାଇଥିବା ବେଳେ ଡାଏଗ୍ନୋସିସ୍ ଚାଲିଛି । ବିଏସକେୱାଇ ଯୋଜନାରେ ସମସ୍ତ ଚିକିତ୍ସା ରାଜେଶଙ୍କୁ ମାଗଣାରେ ଦିଆଯଆଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।

ଏବେ ଯାଜପୁରରେ ମାଗଣା ଡାଏଲେସିସ୍ ଚାଲିଥିବା ବେଳେ କିଡନୀ ଦାତା ମିଳିଲେ ପ୍ରତିରୋପଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ଯାଜପୁର ବିଞ୍ଝାରପୁର ବେତନା ଗାଁର ରାଜେଶ କାଣ୍ଡିଙ୍କ ବିବାହ ମାତ୍ର ୪ ମାସ ପରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପଡ଼ିଛନ୍ତି । ଘରର ଏକମାତ୍ର ରୋଜଗାରିଆ ପୁଅ ଶଯ୍ୟାଶାୟୀ ହେବା ପରେ ପତ୍ନୀ ଚିକିତ୍ସା ପାଇଁ ସହାୟତା ମାଗିଥିଲେ । ଏବେ ରାଜେଶଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ଆଗେଇ ଆସିଛି ।

Leave A Reply

Your email address will not be published.