Latest Odisha News

BREAKING NEWS

ବଲିଉଡରେ କରୋନା: ଏହି ତାରକାଙ୍କ କର୍ମଚାରୀ ହେଲେ ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନରେ ସାରା ପରିବାର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଖାନଙ୍କ ଝିଅ ଫରହା ଖାନ ଅଲି (ଜ୍ଵେଲାରୀ ଡିଜାଇନର) ଙ୍କ ଘର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନନ୍ତି ।

ଫରହା ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଫରହା ଟ୍ଵିଟୱେବ ଲେଖିଛନ୍ତି ଯେ,ତାଙ୍କ ଘରର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ବୋଲି ସେ ଲେଖିଛନ୍ତି।

ଏହାସହ ଫରହା ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଏବଂ ଡାକ୍ତର ଦଳକୁ ମଧ୍ୟ ପ୍ରଶଂସା କରିଛନ୍ତି ।

Comments are closed.