Latest Odisha News

ବାତିଲ୍ ହେଲା ଡେଷ୍ଟିନେସନ୍ ୱେଡିଂ; ଜାଣନ୍ତୁ କେଉଁଠି ଓ କେବେ ବିବାହ କରିବେ ରଣବୀର ଓ ଆଲିୟା ?

ମୁମ୍ବାଇ: ବଲିଉଡରେ ଚର୍ଚ୍ଚିତ ଲଭଷ୍ଟୋରୀ ରଣବୀର ଓ ଆଲିୟାଙ୍କ ଯୁଗଳବନ୍ଦୀ । ପୂର୍ବରୁ ଦୁହେଁ ଡେଷ୍ଟିନେସନ୍ ୱେଡିଂ ପ୍ଲାନିଂ କରିଥିଲାବେଳେ ଏବେ ତାହାକୁ ବାତିଲ୍ କରିଛନ୍ତି ।

କ୍ୟାଟ୍‌ରିନାଙ୍କ ସହ ରିଲେସନ୍‌ସିପ୍‌ରେ ଥିବାବେଳେ ହିଁ ଆଲିୟା ରଣବୀରଙ୍କୁ ପସନ୍ଦ କରୁଥିଲେ । ତେବେ କ୍ୟାଟରିନାଙ୍କ ସହ ରଣବୀରଙ୍କ ବ୍ରେକ୍ ଅପ୍ ହେବା ପରେ ଆଲିୟା ତାଙ୍କ ଲାଇଫକୁ ଆସିଥିଲେ ।

ସେବେଠୁ ଦୁହେଁ ପରସ୍ପରଙ୍କୁ ଡେଟ୍ କରୁଥିବାବେଳେ ଅୟାନ୍ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି କାମ କରିବାକୁ ସୁଯୋଗ ପାଇଥିଲେ । ତେବେ ଖାଲି ଡେଟିଂ ଖବର ନୁହେଁ ବରଂ ଦୁଇ ବଲିଉଡ ଷ୍ଟାରଙ୍କ ବିବାହ ଖବର ବି ବହୁଦିନ ଧରି ଶୁଣିବାକୁ ମିଳୁଥିଲା ।

ଶୁଣିବାକୁ ମିଳିଥିଲା ଫିଲ୍ମ ବ୍ରହ୍ମାସ୍ତ୍ରର ରିଲିଜ ପରେ ଦୁହେଁ ବିବାହ କରିବେ । ମିଡ୍ ଡେ ରିପୋର୍ଟ ଅନୁଯାୟୀ ଦୁହେଁ ଡେଷ୍ଟିନେସନ୍ ୱେଡିଂ ବଦଳରେ ମୁମ୍ବାଇରେ ହିଁ ବିବାହ କରିବେ ।

ଡିସେମ୍ବର ମାସରେ ଦୁହେଁ ବିବାହ କରିବାକୁ ଯାଉଥିବାବେଳେ ସେହି ମାସ ୨୧ ତାରିଖରୁ ୪ଦିନ ପର୍ଯ୍ୟନ୍ତ ବିବାହ ଉତ୍ସବ ଜାରି ରହିବ । ତାଜା ସ୍ଥିତିରେ ରିଷି କାପୁରଙ୍କ ସ୍ୱାସ୍ଥ୍ୟ ଭଲ ଥିବାରୁ ଭିତରେଭିତରେ ରଣବୀର ଓ ଆଲିୟାଙ୍କ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

Leave A Reply

Your email address will not be published.