Latest Odisha News

ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟରରେ ବେପରୁଆ ଉତ୍ତର ଦେଇ ଉପହସିତ ହେଲା ପଞ୍ଜାବ ପୋଲିସ୍

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଦେଶବ୍ୟାପୀ ଜାରି ହୋଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ରେ ସାଧାରଣ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଶାସନ ମୁଖ୍ୟ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଥାନ୍ତି । ସୋସିଆଲ୍ ମିଡିଆରେ ଆସିଥିବା ଏହିଭଳି ଏକ ସମସ୍ୟାର ସମାଧାନ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସଂହ ରାଜ୍ୟ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଥଲେ । ତେବେ ଟ୍ୱିଟରରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆସିଥିବା ଅନୁରୋଧ ଉପରେ ଚିରାଚରିତ ବେପରୁଆ ଉତ୍ତର ରଖି ବେଶ୍ ଉପହସିତ ହୋଇଛି ପଞ୍ଜାବ ପୋଲିସ୍ । ସମାଲୋଚନା ଓ ପରିହାସର ସମ୍ମୁଖୀନ ହେବାରୁ କିଛିଘଣ୍ଟା ପରେ ପଞ୍ଜାବ ପୋଲିସ୍ ପକ୍ଷରୁ ଏହି ବେପରୁଆ ଉତ୍ତରକୁ ନିଜ ଟ୍ୱିଟର ପୃଷ୍ଠାରୁ ହଟାଇ ଦିଆଯାଇଥିଲେ ମଧ୍ୟ ମୂଳ ଟ୍ୱିଟ୍‌ର ଛବି ବା ସ୍କ୍ରିନ୍‌ସଟ୍ ଏବେ ବେଶ୍ ଚର୍ଚ୍ଚିତ ଓ ଭାଇରାଲ୍ ହୋଇଛି ।

(ପୂର୍ବର ଟ୍ୱିଟ୍‌)                                                                                    (ଟ୍ୱିଟ୍‌ ହଟାଇ ଦିଆଯାଇଥିବା ପରେ)

ଲାଲୁପ୍ରସାଦଙ୍କ ଆର୍‌ଜେଡି ଦଳ ପକ୍ଷରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଲକ୍‌ଡାଉନ୍ ଯୋଗୁଁ ଲୁଧିଆନା ଓ ପଟିଆଲାରେ ଫସି ରହିଥିବା ୮୫ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ପାଇଁ ଖାଦ୍ୟ ସହାୟତା ଯୋଗାଇଦେବାକୁ ଟ୍ୱିଟରରେ ଅନୁରୋଧ କରାଯାଇଥିଲା । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ପଞ୍ଜାବ ପୋଲିସ୍‌କୁ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ତେବେ ପଞ୍ଜାବ ପୋଲିସ୍ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧର ଜବାବରେ ତାଙ୍କୁ ୧୧୨ ନମ୍ବରରେ କଲ୍ କରିବା କିମ୍ବା ପଟିଆଲା ଜିଲ୍ଲା ପୋଲିସ୍‌ର କୋଭିଡ୍‌୧୯ ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିବାକୁ କହିଥିଲା ।

ଏହାକୁ ନେଇ ଟ୍ୱିଟର୍‌ରେ ରୋଚକ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ପଞ୍ଜାବ ପୋଲିସ୍‌କୁ ଅନୁରୋଧ କାହାଠାରୁ ଆସିଛି ତାହା ଦେଖି ଉତ୍ତର ଦେବା ପାଇଁ କହି ଉପହାସ କରିଥିଲେ । ତେବେ ପୁରୁଣା ଟୁଇଟ୍ ଡିଲିଟ୍ କରିବା ପରେ ପଞ୍ଜାବ ପୋଲିସ୍ ପକ୍ଷରୁ ଅନ୍ୟ ଏକ ଟୁଇଟ୍ ଜରିରଆରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଉପରେ ଲୁଧିଆନା ପୋଲିସ୍ ଓ ପଟିଆଲା ପୋଲିସ୍ କାର୍ଯ୍ୟ କରୁଥିବା ନେଇ ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.