ମୁମ୍ବାଇ: ଅଭିନେତା ସାହିଦ କାପୁରଙ୍କ ନୂଆ ଫିଲ୍ମ ‘ଦେବା’ ରିଲିଜ ହୋଇଯାଇଛି। ଏହି ଫିଲ୍ମ ୨୦୧୩ରେ ରିଲିଜ ହୋଇଥିବା ମାଲାୟଲମ ଫିଲ୍ମ ‘ମୁମ୍ବାଇ ପୋଲିସ’ର ରିମେକ ଅଟେ। ଏହି ଫିଲ୍ମକୁ ରୋଶନ ଆଣ୍ଡ୍ରୁଜ୍ ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ପୃଥ୍ୱୀରାଜ ସୁକୁମାରନ୍, ଜୟସୂର୍ଯ୍ୟା ଏବଂ ରହମାନ ଅଭିନୟ କରିଥିଲେ।
ଦେବା ଫିଲ୍ମ ଗତବର୍ଷ ଡିସେମ୍ବରରେ ମୁକ୍ତିଲାଭ କରିଥିବା ବରୁଣ ଧାୱନଙ୍କ ଫିଲ୍ମ ‘ବେବି ଜନ୍’ ତୁଳନାରେ ମଧ୍ୟ କମ୍ ଆୟ କରିଛି।
ରିପୋର୍ଟ ଅନୁସାରେ, ‘ଦେବା’ ପ୍ରଥମ ଦିନରେ ଘରୋଇ ବକ୍ସ ଅଫିସରେ ୫କୋଟି ଟଙ୍କାର ଆୟ କରିଛି। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସପ୍ତାହର ଶେଷ ବେଳକୁ ଫିଲ୍ମ ଟର ଆୟରେ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି।
ଏହା ପୂର୍ବରୁ ମୁକ୍ତିଲାଭ କରିଥିବା ଶାହିଦ କପୁରଙ୍କ ଫିଲ୍ମ ‘ତେରୀ ବାତୋ ମେଁ ଐସା ଉଲଝା ଜିୟା’ ଏହାର ପ୍ରଥମ ଦିନରେ ୭.୦୨ କୋଟି ଟଙ୍କାର ଓପନିଂ କରିଥିବାବେଳେ ‘ଜର୍ସି’ ଫିଲ୍ମ ମାତ୍ର ୨.୯୩ କୋଟି ଟଙ୍କାର ଓପନିଂ କରିଥିଲା।
ଦର୍ଶକଙ୍କ ମତରେ ଏହା ମାଲାୟଲମ ଫିଲ୍ମ ‘ମୁମ୍ବାଇ ପୋଲିସ’ର ରିମେକ୍। କେବଳ ଏହାର କ୍ଲାଇମାକ୍ସରେ ପରିବର୍ତ୍ତନ କରାଯାଇଛି। ‘ଦେବା’ ଭାରତରେ ମୋଟ ୫୧୪୨ଟି ପ୍ରେକ୍ଷାଳୟରେ ରିଲିଜ ହୋଇଛି। ଏଥି ମଧ୍ୟରୁ ମୁମ୍ବାଇରେ ୮୯୯ ଏବଂ ଦିଲ୍ଲୀ ଏନସିଆରରେ ୧୩୩୬ ଶୋ ବର୍ତ୍ତମାନ ଚାଲୁଛି। ତେବେ ଏହି ସିନେମାଟି ସପ୍ତାହର ଶେଷରେ କେତେ ରୋଜଗାର କରୁଛି ତାହା ଦେଖିବାର ଅଛି।
Comments are closed.