Latest Odisha News

BREAKING NEWS

ଆଇପିଏଲ: ବାଙ୍ଗାଲୋରର ପାଡିକଲଙ୍କୁ କରୋନା

ମୁମ୍ବାଇ: ବିରାଟ କୋହଲି ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ଓପନର ଦେବଦତ ପାଡିକଲ କରୋନା ସଂକ୍ରମିତ ହୋଇଛନ୍ତି । ଆଇପିଏଲ ୧୪ତମ ସଂସ୍କରଣରେ ହାତ ଗଣତି ଦିନ ବାକି ଥିବା ବେଳେ ଜଣଙ୍କ ପରେ ଜଣେ ଖେଳାଳି କରୋନା ପଜିଟିଭ ଜଣାପଡୁଛନ୍ତି । ବିିସିସିଆଇ ଓ ବାଙ୍ଗାଲୋର ଟିମ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ । ପାଡିକଲ ଏବେ କ୍ୱାରେଂଟାଇନରେ ରହିଛନ୍ତି ।

ପୂର୍ବରୁ ଅକ୍ଷର ପଟେଲ ଓ ନୀତିଶ ରାଣାଙ୍କ ରିପୋର୍ଟ ମଧ୍ୟ ପଜିିଟିଭ ଆସିଥିଲା । ଅବଶ୍ୟ ପରେ ନୀତିଶଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ବର୍ତମାନ ସୁଦ୍ଧା ଷ୍ଟାଫ ଏବଂ ଖେଳାଳିଙ୍କ ସମେତ ୨୦ ଜଣ କରୋନାରେ ଆକ୍ରାନ୍ତ ଅଛନ୍ତ । ଶନିବାର ୱାଙ୍ଖେଡ ଷ୍ଟାଡିୟମର ୧୦ ଷ୍ଟାଫ ଓ ୬ ଇଭେଂଟ ମ୍ୟାନେଜର କରୋନା ପଜିଟିଭ ଥିବା ଜଣା ପଡିଥିଲା ।

Leave A Reply

Your email address will not be published.