Latest Odisha News

BREAKING NEWS

ମହାରାଷ୍ଟ୍ରରେ ଲାଗିଲା ନାଇଟ୍ କର୍ଫ୍ୟୁ

ମହାରାଷ୍ଟ୍ର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଡ଼ା ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର । କରୋନା ସଂକ୍ରମଣ ପାଇଁ ପୂରା ରାଜ୍ୟରେ ଲାଗି ହୋଇଛି ରାତ୍ରୀକାଳୀନ କର୍ଫ୍ୟୁ । ରାତି ୮ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ । ସମସ୍ତ ସିନେମା ହଲ, ପାର୍କ ଓ ଖେଳପଡିଆ ବନ୍ଦ ରହିବ ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ସେହିପରି ହୋଟେଲଗୁଡିକ କେବଳ ପାର୍ସଲ ସେବା ଯୋଗାଇ ପାରିବେ । ଅନ୍ୟପଟେ କର୍ମଚାରୀ ମାନେ ଘରେ ରହି ସମସ୍ତ ଅଫିସ୍ କାମ କରିବେ ବୋଲି ମହାରାଷ୍ଟ୍ର ସରକାର ସୂଚନା ଦେଇଛନ୍ତି । ତେବେ ଖୁବଶୀଘ୍ର ଏସଓପି ଜାରି କରାଯିବ । କରୋନାକୁ ନେଇ ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ପାଖାପାଖି ୫୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୭୭ ଜଣଙ୍କ ଜୀବନ ନେଇଛି ଭାଇରସ ।

Leave A Reply

Your email address will not be published.