Latest Odisha News

BREAKING NEWS

ଭୁବନେଶ୍ବର ବିମାନବନ୍ଦରରୁ ୧୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ କରୋନା ଗ୍ରାଫ୍ । ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମଣ ସଂଖ୍ୟା । ଖାସକରି ରାଜଧାନୀ ଭୁବନେଶ୍ବରରେ ବଢ଼ିବାରେ ଲାଗିଛି ଆକ୍ରାନ୍ତ ସଂଖ୍ୟା । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଲାଣି । ଏହି କ୍ରମରେ ଆଜି ଭୁବନେଶ୍ବର ବିମାନ ବନ୍ଦରରୁ ଚିହ୍ନଟ ହୋଇଛନ୍ତି ଆଉ ୧୦ କରୋନା ଆକ୍ରାନ୍ତ ।

କରୋନାକୁ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଥିବା ବେଳେ, ଚିନ୍ତା ବଢ଼ାଇଛି ଭୁବନେଶ୍ବର ବିମାନ ବନ୍ଦର । ରାଜ୍ୟ ବାହାରୁ ଯାତ୍ରୀ ଫେରୁଥିବାରୁ ସେମାନଙ୍କର କରୋନା ପରୀକ୍ଷା ଜୋରଦାର କରାଯାଉଛି । ଆଜି ଆଉ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି । ଆଜି ଚିହ୍ନଟ ହୋଇଥିବା ସମସ୍ତ ୧୦ ଯାତ୍ରୀ ମୁମ୍ବାଇ ପୁଣେରୁ ଆସିଥିବା ଜଣାପଡିଛି । ଲଗାରତ କିଛି ଦିନ ଧରି ବିମାନ ବନ୍ଦରରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି ।

Leave A Reply

Your email address will not be published.