Latest Odisha News

BREAKING NEWS

ପୁରୀ ଦଳାଚକଟା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦାଖଲ କଲେ ଉନ୍ନୟନ କମିଶନର

ଭୁବନେଶ୍ବର: ପୁରୀ ଦଳାଚକଟା ଘଟଣାର ରିପୋର୍ଟ ଦାଖଲ କଲେ ଉନ୍ନୟନ କମିଶନର ଅନୁ ଗର୍ଗ । ମାସେ ଧରି ଚାଲିଥିଲା ତଦନ୍ତ । ୭୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ତେବେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ ଦେଲେ ଉନ୍ନୟନ କମିଶନର ।

ଖବରମୁତାବକ, ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀ ଶରଧାବାଲିରେ ଦଳାଚକଟା ଘଟଣା ଘଟିଥିଲା। ଗତ ଜୁନ ୨୯ ତାରିଖ ଭୋର ସକାଳୁ ଶରଧାବାଲିରେ ଦଳାଚକଟା ହୋଇଥିଲା ଓ ଏହି ଅଘଟଣରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ ଯେ, ଏହି ଭୟାବହ ଅଘଟଣ ଘଟିବା ସମୟରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ସେଠାରେ ନଥିଲା; ଯାହା ଦାୟିତ୍ୱରେ ଚରମ ଅବହେଳାକୁ ଦର୍ଶାଉଛି।

ସୂଚନାଥାଉକି, ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ଉନ୍ନୟନ କମିଶନରଙ୍କ ନେତୃତ୍ବରେ ତଦନ୍ତ ପାଇଁ ଗଠନ କରାଯାଇଥିବା ଏହି କମିଟିରେ ୪ ଜଣ ଓଏଏସ୍‌ ଅଧିକାରୀଙ୍କୁ ସାମିଲ କରାଯାଇଥିଲା।

ତେବେ ଏହି ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉନ୍ନୟନ କମିଶନର ଅନୁ ଗର୍ଗ ରିପୋର୍ଟ ଦାଖଲ କରିଛନ୍ତି।

 

Comments are closed.