Latest Odisha News

BREAKING NEWS

ବିହାର ନିର୍ବାଚନ ଦାୟିତ୍ଵରେ ଫଡନାଭିସ, ସିଟ ଆବଣ୍ଟନକୁ ନେଇ ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ବିଜେପିର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ବିଜେପି ମୁଖ୍ୟ ଜେପି ନାଡା ବିହାର ବିଜେପି ନେତାଙ୍କ ସହ ଆଲୋଚନା କରିବା ପରେ ଆଜି ସନ୍ଧ୍ୟାରେ ଏହି ଘୋଷଣା କରାଯାଇଛି।

୨୪୨ ସିଟ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ଅକ୍ଟୋବର ୨୮ରେ ଆରମ୍ଭ ହେବ ।

ଦଳର ବରିଷ୍ଠ ନେତା ଭୁପେନ୍ଦ୍ର ଯାଦବ ଶ୍ରୀ ଫଡନାଭିସଙ୍କ ବିଷୟରେ ଘୋଷଣା କରି କହିଛନ୍ତି ଯେ ଦଳ ଖୁବ ଶୀଘ୍ର ସିଟ୍ ଆବଣ୍ଟନକୁ ନେଇବ ସୂଚନା ଦେବ, ଯାହା ବିବାଦୀୟ ପ୍ରସଙ୍ଗରେ ପରିଣତ ହୋଇଛି।

ବିଜେପି ଖୁବ୍ ଶୀଘ୍ର ଏଲଜେପି ଏବଂ ଜେଡିୟୁ ସହିତ କଥା ହେବା ବୋଲି ଶ୍ରୀ ଯାଦବ କହିଛନ୍ତି।

ଗତ କିଛି ସପ୍ତାହ ମଧ୍ୟରେ ଶ୍ରୀ ଫଡନାଭିସ୍ ବିହାର ମତଦାନ ଉପରେ ପାର୍ଟି ଆଭ୍ୟନ୍ତରୀଣ ବୈଠକରେ ଅଂଶଗ୍ରହଣ କରିଥିଲେ ଏବଂ କିଛି ଥର ରାଜ୍ୟ ଗସ୍ତ କରିଥିଲେ।

Leave A Reply

Your email address will not be published.