ପୁରୀ: ଆଜିଠୁ ସବୁଦିନ ଜଗା ଦୁଆର ଖୋଲା । ଆଜିଠାରୁ ସବୁ ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ପାରିବେ ଭକ୍ତ । ରବିବାର ବି ମନ୍ଦିର ଖୋଲା ରହିବ । ସକାଳ ୬ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । କୋଭିଡ୍ ଗାଇଡଲାଇନ୍ ମାନି ମାସ୍କ ପିନ୍ଧି ହାତ ସାନିଟାଇଜ୍ କରିବା ପରେ ସିଂହଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ଦର୍ଶନ ବ୍ୟବସ୍ଥା କୋହଳ ହେବା ପରେ ଅଧିକ ଭକ୍ତଙ୍କ ସମାଗମ ଆଶା କରାଯାଉଛି ।

ସେହିପରି ଆଜିଠୁ ଆନନ୍ଦବଜାରରେ ବସି ଅବଢ଼ା ଖାଇବାର ସୁଯୋଗ ପାଇବେ ଭକ୍ତ । ଆଜି ୧୦ରୁ ୧୨ ହଜାର ଭକ୍ତ ଆନନ୍ଦବଜାରରେ ବସି ମହାପ୍ରସାଦ ସେବନ କରିବାର ବ୍ୟବସ୍ଥା କରିଛି ପ୍ରଶାସନ । ସାମାଜିକ ଦୂରତା ରକ୍ଷା କରି ଶ୍ରଦ୍ଧାଳୁ ଅବଢ଼ା ସେବନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।ସେହିପରି ମନ୍ଦିର ଭିତରେ ଆଜିଠାରୁ ଦୀପ ଲଗାଇପାରିବେ ଭକ୍ତ । ଏଥିପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀପ ଦାନ ବ୍ୟବସ୍ଥା କରାଯାଇଛି ।

ମନ୍ଦିର ଭିତରେ ପାନ, ଗୁଟଖା ଆଦି ଖାଇବା ମନା । ନିୟମର ଉଲ୍ଲଂଘନ କଲେ ହଜାରେ ଟଙ୍କା ଫାଇନ୍ ଗଣିବେ । ପ୍ଲାଷ୍ଟକ ମୁକ୍ତ ପାଇଁ ପଦକ୍ଷେପ ନେଇଛି ପ୍ରଶାସନ । ପଲିଥିନ୍ ବ୍ୟବହାର କଲେ ଶହେ ଟଙ୍କା ଜରିମାନା ଆଦାୟ ହେବ । ସପ୍ତାହରେ ତିନି ଦିନ ସର୍ବସାଧାରଣ ଦର୍ଶନ ସରିବା ପରେ ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯିବ ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.