Latest Odisha News

BREAKING NEWS

ମଧ୍ୟପ୍ରଦେଶରେ ‘ଲଭ୍ ଜିହାଦ’ ଅଧ୍ୟାଦେଶ ଆସିବାର ୨୩ ଦିନରେ ହାରାହାରି ୨୩ ମାମଲା

ଭୋପାଳ: ଫ୍ରିଡମ୍ ଅଫ୍ ରିଲିଜିଅନ୍ ଅର୍ଡିଆନ୍ସ ବା ଧର୍ମ ସ୍ୱାଧୀନତା ଅଧ୍ୟାଦେଶ ଆସିବା ପରେ ମଧ୍ୟପ୍ରଦେଶର ଦୈନିକ ହାରାହାରି ଗୋଟିଏ ମାମଲା ଆସୁଛି । ଯାହାକୁ ‘ଲଭ୍ ଜିହାଦ’ ମାମଲା କୁହାଯାଉଛି । ଅଧ୍ୟାଦେଶ ଲାଗୁର ପ୍ରଥମ ମାସରେ ୨୩ଟି ମାମଲା ରୁଜୁ ହୋଇଛି । ଜାନୁଆରୀ ୯ରେ ରାଜ୍ୟ ସରକାରଙ୍କ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଅଧ୍ୟାଦେଶ ଆଣିଥିଲ । ଜାନୁଆରୀ ମାସରେ ହିଁ ଏହି ଆଇନରେ ୨୩ଟି ମାମଲା ରୁଜୁ କରାଯାଇଛି ।

ଭୋପାଳରେ ସର୍ବାଧିକ ୭ଟି ମାମଲା ରୁଜୁ ହୋଇଥିବା ବେଳେ ଇନ୍ଦୋରରେ ୫ଟି, ଜବଲପୁର ଓ ରେୱାରେ ୪ଟି ଲେଖାଏଁ ମାମଲା ରୁଜୁ ହୋଇଛି । ସେହିଭଳି ଗ୍ୱାଲିଅରରେ ରୁଜୁ ହୋଇଛି ‘ଲଭ୍ ଜିହାଦ’ର ୩ଟି ମାମଲା । ଏହାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଥିବା ରାଜ୍ୟ ଗୃହମନ୍ତ୍ରୀ କହିଛନ୍ତି ।

ଦେଶରେ ଏଭଳି ମାମଲା ବଢ଼ୁଥିବା ବେଳେ ଏହାକୁ ରୋକିବା ପାଇଁ ମଧ୍ୟପ୍ରଦେଶ ପଦକ୍ଷେପ ନେଇଛି । ନୂଆ ଆଇନରେ ପ୍ରଥମ ମାମଲା ଜାନୁଆରୀ ୧୭ରେ ପଲସଦ ପୋଲିସ ଥାନାରେ ରୁଜୁ ହୋଇଥିଲା । ଯେଉଁଠି ବିବାହିତ  ସୋହେଲ ମନସିରି ଓରଫ୍ ସନିକୁ ପୋଲିସ ଗିରଫ କରିଥିଲା । ଅଭିଯୋଗ ଥିଲା ସନି ନିଜର ନାଁକୁ ଲୁଚାଇ ଅନ୍ୟ ଧର୍ମର ଜଣେ ଝିଅ ସହ ୪ ବର୍ଷ ହେଲା ଯୌନଶୋଷଣ କରୁଥିଲା ।

ଏହାର ତିନିଦିନ ପରେ ରାଜ୍ୟ ରାଜଧାନୀରେ ‘ଲଭ୍ ଜିହାଦ’ର ପ୍ରଥମ ମାମଲା ଆସିଥିଲା । ଆଉ ତା’ପର ୧୧ ଦିନରେ ଆଉ ୬ଟି ମାମଲା ରୁଜୁ ହୋଇଛି । ଯାହାକି ମଧ୍ୟପ୍ରଦେଶରେ ‘ଲଭ୍ ଜିହାଦ’ର ଭୟାବହତା କେତେ ଦର୍ଶାଉଛି ।

Leave A Reply

Your email address will not be published.