Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଦିଅଁ ଦର୍ଶନ କରିବା ପରେ ହୃଦଘାତ! ଚାଲିଗଲା ଜୀବନ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ରବିବାର ମଧ୍ୟାହ୍ନରେ ଜଣେ ଭକ୍ତଙ୍କୁ ହୃଦଘାତର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଭକ୍ତ ଜଣକ ଏବେ ମୁଖ୍ୟ ମନ୍ଦିର ଭିତରେ ଦିଅଁ ଦର୍ଶନ ଶେଷ କରିଥିଲେ। ଦ୍ୱାଦଶ ଶତାଦ୍ଦୀର ଶ୍ରୀମନ୍ଦିର ପଡ଼ିଆ ଭିତରେ ସେ ଚଳପ୍ରଚଳ କରୁଥିବା ବେଳେ ହଠାତ୍ ବିଶ୍ବନାଥ ମନ୍ଦିର ସମ୍ମୁଖରେ ପଡ଼ି ଚେତାଶୂନ୍ୟ ହୋଇପଡ଼ିଥିଲେ।

ମନ୍ଦିର ପ୍ରଶାସନର ଅଧିକାରୀମାନେ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଭକ୍ତଙ୍କ ପରିଚୟ ଖବର ଲେଖାହେବା ସୁଦ୍ଧା ଜଣାପଡ଼ି ନଥିବା ବେଳେ ପୁଲିସ ତାଙ୍କ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ହୃଦଘାତ ବୋଲି ଡାକ୍ତରମାନେ ସନ୍ଦେହ କରୁଛନ୍ତି। ଭକ୍ତଙ୍କ ପରିଚୟ ମିଳିବା ପରେ ତାଙ୍କ ପରିବାରକୁ ଅବଗତ କରାଯିବ। ଏହାବ୍ୟତୀତ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

Leave A Reply

Your email address will not be published.