Latest Odisha News

ଶ୍ରୀମନ୍ଦିରକୁ ଚନ୍ଦନ କାଠ ଦାନ

ପୁରୀ :ଶ୍ରୀ ମନ୍ଦିରକୁ ଚନ୍ଦନ କାଠ ଦାନ । ଖଲ୍ଲୀକୋଟ ର ସକଳେଶ୍ୱର ରଥ ନାମକ ଜଣେ ବ୍ୟକ୍ତି ଶ୍ରୀ ମନ୍ଦିରକୁ ପ୍ରାୟ ୨ କ୍ୱିଣ୍ଟାଲ ଓଜନର ଚନ୍ଦନ କାଠ ଦାନ କରିଛନ୍ତି। ନିଜ ଘର ବାଡିରେ ଥିବା ଚନ୍ଦନ କାଠକୁ ଦାନ କରିବା ନିମନ୍ତେ ସେ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ସେ ଓ ତାଙ୍କ ପିତା ଆର୍ତତ୍ରାଣ ରଥ ଏବଂ ସପରିବାର ଆସି ଏହି କାଠକୁ ଦାନ କରିଛନ୍ତି। ଏହି ସମୟରେ ଖଲ୍ଲିକୋଟ ବନଖଣ୍ଡ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

ଏଥିରେ ଗଛର ୧୭ ଖଣ୍ଡ ଗଣ୍ଡି ,ଶାଖା ୨୨ ଖଣ୍ଡ ,ମୂଳ ୯ ଖଣ୍ଡ ଏବଂ କାଟିବା ବେଳେ ଗଛରୁ ବାହାରିଥିବା ୩ କିଲୋଗ୍ରାମ ଓଜନର ଛେଲି ରହିଛି । ସରକାରୀ ନିୟମ ଅନୁଯାୟୀ ଗଛ କାଟିବା ବେଳେ ମାପଚୁପ କରାଯାଇଥିଲ। । ସୂଚନା ଅନୁସାରେ ସେ ପୂର୍ବରୁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚନ୍ଦନ ଚାରା ବଣ୍ଟନ କରିଛନ୍ତି ।ଏହି ଅବସରରେ ଶ୍ରୀମନ୍ଦିର ରାଜସ୍ୱ ଉପ ପ୍ରଶାସକ ଶ୍ରୀ ସୁବ୍ରତ କୁମାର ବେହେରା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.