ଭୁବନେଶ୍ୱର: ଧାର୍ମିକ ମନୋଭାବରେ ଲାଗିଲା ଅଶ୍ଲୀଳତାର ଛିଟା । ଜଣେ ବ୍ୟକ୍ତିଙ୍କୁ ଆଧ୍ୟାତ୍ମିକ ଭିଡିଓ ଲିଙ୍କ୍ ବଦଳରେ ମିଳିଥିଲା ଅଶ୍ଲୀଳ ଭିଡିଓ ସାଇଟ୍ର ଠିକଣା । ଏକ ସାଟେଲାଇଟ୍ ତଥା ଆଧ୍ୟାତ୍ମିକ ଟିଭି ଚ୍ୟାନେଲ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ।
ଆନ୍ଧ୍ରପ୍ରଦେଶର ଶ୍ରୀ ଭେଙ୍କେଟେଶ୍ୱର ଭକ୍ତି ଚ୍ୟାନେଲ (SVBC) ଆଧ୍ୟାତ୍ମିକ ଟିଭି ଚ୍ୟାନେଲରୁ ଇ-ମେଲ୍ ଯୋଗେ ଜଣେ ବ୍ୟକ୍ତିଙ୍କୁ ଅଶ୍ଳୀଳ ଭିଡିଓ ଲିଙ୍କ୍ ଆସିଥିବା ଅଭିଯୋଗ ହୋଇଛି । ଉକ୍ତ ବ୍ୟକ୍ତି ଜଣକ ଆଧ୍ୟାତ୍ମିକ ଭିଡିଓ ଲିଙ୍କ ପାଇଁ ସବ୍ସ୍କ୍ରାଇବ କରିଥିଲେ । ହେଲେ ନିଜ ଇ-ମେଲରେ ଲିଙ୍କ ଖୋଲିବା ପରେ ସେ ତାଜୁବ ହୋଇଯାଇଥିଲେ ।
ଖୋଳତାଡରୁ ଜଣାପଡିଥିଲା ଉକ୍ତ ଟିଭି ଚ୍ୟାନେଲର ଜଣେ କର୍ମଚାରୀ ଶତମାନମ୍ ଭବତୀ ପ୍ରୋଗ୍ରାମର ଲିଙ୍କ୍ ବଦଳରେ ଅଶ୍ଳୀଳ ଭିଡିଓ ସାଇଟ୍ର ଲିଙ୍କ ପ୍ରେରଣ କରିଥିଲା । ଏଭଳି ଲିଙ୍କ ପାଇ ଭକ୍ତ ଜଣକ ଉକ୍ତ ଟିଭି ଚ୍ୟାନେଲର ଅଧ୍ୟକ୍ଷଙ୍କ ବିରୋଧରେ ଅଭଯୋଗ ଆଣିଥିଲେ ।
ଏହି ଘଟଣାକୁ ନେଇ ତେଲୁଗୁ ଦେଶମ ପାର୍ଟି ନିନ୍ଦା କରିବା ସହ ଭିଜିଲାନ୍ସ ସ୍ତରରେ ତଦନ୍ତ କରିବାକୁ ଦାବି କରିଛି । ଅନ୍ୟପଟେ ପ୍ରାଥମିକ ତଦନ୍ତରେ ଜଣାପଡିଛି ଉକ୍ତ ଟିଭି ଚ୍ୟାନେଲର କର୍ମଚାରୀମାନେ ଡ୍ୟୁଟି ସମୟରେ ଅଶ୍ଳୀଳ ଭିଡିଓ ଦେଖିଥାନ୍ତି ।
ଅଶ୍ଳୀଳ ଲିଙ୍କ୍ ପଠାଇଥିବା ଟିଭି ଚ୍ୟାନେଲ କର୍ମଚାରୀ ଜଣକ ଚିହ୍ନଟ ହୋଇଥିଲାବେଳେ ତାଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ଦାବି ଜୋର ଧରିଛି । ତା ଛଡା ଟିଭି ଚ୍ୟାନେଲର ନିଯୁକ୍ତ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Comments are closed.