Latest Odisha News

BREAKING NEWS

ପୁଲଓ୍ୱାମାରେ ଏନକାଉଣ୍ଟର: ପାକିସ୍ତାନୀ ଆତଙ୍କୀ ସମେତ ୩ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଲଓ୍ୱାମାରେ ଏନକାଉଣ୍ଟର । ସେନା ଗୁଳିରେ ଟଳିଲେ ୨ ଆତଙ୍କୀ । ଏମାନଙ୍କ ଭିତରେ ଅଛି ଲସ୍କର-ଏ-ତୋଇବାର ପାକିସ୍ତାନ କମାଣ୍ଡର ଆଇଜାଜ୍ ଓରଫ ଅବୁ ହୁରେରା । ତାସହିତ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି କାଶ୍ମୀର ଆଇଜି ।

ଆଜି ସକାଳେ ଦକ୍ଷିଣ କାଶ୍ମୀରର ପୁଲଓ୍ୱାମା ସହରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ, ସେନା ଓ ସିଆରଫିଏଫ୍ ମିଳିତ ଅପରେସନ୍ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ପ୍ରଥମେ ଗୁଳି ଚଳାଇଥିଲେ ଆତଙ୍କବାଦୀ । ଜବାବୀ ହମଲାରେ ୩ ଆତଙ୍କୀ ନିହତ ହୋଇଛନ୍ତି ।

ଆତଙ୍କବାଦୀଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ ହୋଇଛି । ଏନକାଉଣ୍ଟର ପରେ ପୁଲଓ୍ୱାମା ସହରରେ କର୍ଫ୍ୟୁ ଜାରି କରାଯାଇଛି । ବନ୍ଦ ରହିଛି ଇଣ୍ଟରନେଟ୍ ସେବା । ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Leave A Reply

Your email address will not be published.