Latest Odisha News

BREAKING NEWS

ରାମ ମନ୍ଦିର ନେଇ ଲୋକଙ୍କ ଉତ୍ସାହ ବଢ଼ୁଛି, କୁଇଟାଂଲରୁ ଊର୍ଦ୍ଧ୍ୱ ରୂପା ଦାନ ବାବଦକୁ ଆସିଲାଣି

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ନେଇ ଲୋକଙ୍କ ଉତ୍ସାହ ଦିନକୁ ଦିନ ବଢ଼ିବାରେ ଲାଗିଛି । ୧୦୦ କୋଟି ଟଙ୍କାର ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଲୋକମାନେ ସ୍ୱତଃ ଦାନ ଦେବା ଆରମ୍ଭ କରିଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷଙ୍କ ମତରେ କୁଇଟାଂଲରୁ ଊର୍ଦ୍ଧ୍ୱ ରୂପା ଏଠାରେ ଠୁଳ ହେଲାଣି । ଆମେ ଲୋକମାନଙ୍କୁ ଚେକ୍ କିମ୍ବା କ୍ୟାଶ ଦେବାକୁ କହୁଛି । ଏହା ଦ୍ୱାରା ହିସାବ ରଖିବା ଠିକ୍ ହେବ । ଆଜିର ତାରିଖ ସୁଦ୍ଧା ୧୫ କୋଟି ଟଙ୍କା ଦାନ ବାବଦକୁ ଆସି ଯାଇଛି ।

ଅନ୍ୟ ଧାର୍ମିକ ଅନୁଷ୍ଠାନ ଏବଂ ଟ୍ରଷ୍ଟର ଦାନ ବିଚାରକୁ ନେଲେ ଆମ ପାଖରେ ୩୩ କୋଟି ଟଙ୍କା ନିଶ୍ଚିତ ହୋଇସାରିଛି ବୋଲି ସେ କହିଛନ୍ତି । ପ୍ରତ୍ୟେକ ଦିନ ୫୦ରୁ ଊର୍ଦ୍ଧ୍ୱ ଫୋନ ଆସୁଛି ଯେ, କେଉଁଠାରେ ଆମେ ଟଙ୍କା ଜମା କରିବୁ । ସେମାନଙ୍କୁ ଆକାଂଉଟ ଡିଟେଲ ଦିଆଯାଇଛି । ରାମଲାଲାଙ୍କ ଦର୍ଶନ ପାଇଁ ଏବେ କମ ଭକ୍ତ ଆସୁଛନ୍ତି । କରୋନା ପରେ ସ୍ଥିତି ନିୟନ୍ତ୍ରଣ ଆସିଲେ ଦାନର ପରିମାଣ ବଢ଼ିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.